କାଶିପୁର ବ୍ଲକ ରେ ଏକ ନିଆରା ଢଙ୍ଗରେ ପାଳିତ ହେଉଛି ଦୀଆଲ୍ ପରବ ଭେଟଘାଟ

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଡମ୍ ସମାଜ ର ପରମ୍ପରା ଦିଆଲ୍ ପରବ ଭେଟଘାଟ 2022 ଆଜି ଏକ ନିଆରା ଢଙ୍ଗରେ ପାଳନ କରା ଯାଇଥିବା ଦେଖିବାକୁ ମିଳିଛି ।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନିକଟସ୍ଥ ଡ଼ି. କୋରଳ ଦଶହରା ପଡିଆ ଠାରେ ଆଜି ଏକ ନିଆରା ଢଙ୍ଗରେ ଡମ ପରମ୍ପରା ଅନୁଯାୟୀ ଦିଆଲ ପରବ ଭେଟଘାଟ 2022 ଅନୁଷ୍ଠିତ ହେଇଯାଇଛି।, ତେବେ ଡମ ସମାଜର ଏକ ପରମ୍ପରା ଓ କୋଲ୍ଚର୍ ଦିନକୁ ଦିନ ହ୍ରାସ ପାଉଥିବା ବେଳେ। ଏହି ଡମ ସମାଜ ଆଜିକାଲିର ପିଲା ଓ ଲୋକ ମାନେ ନିଜର ଭାଷା ଓ କୋଲ୍ଚର୍ କୁ ଭୁଲିଯାଉଥିବା ବେଳେ। ଏହାକୁ ବଜାଇ ରଖିବାକୁ ଯୁବକ ଓ ବୁଦ୍ଧିଜୀବୀ ମାନେ ଏକ ନିଷ୍ପତ୍ତି ନେଇ ଆୟୋଜନ କରିଥିବା ଦେଖିବାକୁ ମିଳିଛି। ତେବେ ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ଗ୍ରାମର ନାଇକ୍, ଧାଙ୍ଗୋଡା ମାଜି, ଡମ୍ ସମାଜ ବୁଦ୍ଧିଜୀବୀ ଙ୍କୁ ନିମନ୍ତ୍ରଣ କରାଯାଇଥିଲା, । ତେବେ ଏଥିରେ ମୁଖ୍ୟତଃ କାର୍ଯ୍ୟକ୍ରମରେ ନିଜର ପରମ୍ପରା ଅନୁଯାୟୀ ଗୀତ ନାଟ୍ୟ, ବାଜା ମହୁରୀ କରି ବାହାରୁ ଆସି ଥିବା ବୁଦ୍ଧିଜୀବୀ, ଅନ୍ୟାନ୍ୟ ଅନୁଷ୍ଠାନ ରେ କୃତକାର୍ଯ୍ୟ ଅଫିସର, ଏବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରି ପାଛୋଟି ନେଇ ଥିଲେ,। ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନ ଷ୍ଟେଜ ଉପରେ ନୃତ୍ୟ ପରିବେଷଣ କରି ଗ୍ରାମବାସୀ ଓ ଉପସ୍ଥିତ ଥିବା ବୁଦ୍ଧିଜୀବୀ ଙ୍କୁ ନିଜ କଳାରେ ଆକୃଷ୍ଟ କରିଥିଲେ, । ତେବେ ଆସିଥିବା ସମସ୍ତ ନାଇକ , ଧାଙ୍ଗଡାମାଯି ଙ୍କୁ ବାଲି ଫୁଲ ପିନ୍ଧେଇ ସମ୍ମାନିତ କରିଥିଲେ।, ତେବେ ଏଭଳି ଏକ ଡମ ସମାଜର ପରମ୍ପରା କାର୍ଯ୍ୟକ୍ରମ ଅଞ୍ଚଳରେ ପ୍ରଥମ କରି ହୋଇଥିବା ରୁ ସମସ୍ତେ ଆୟୋଜକ ଙ୍କୁ ସମସ୍ତ ବୁଦ୍ଧିଜୀବୀ ମାନେ ସାଧୁବାଦ୍ ଜଣାଇ ଥିଲେ,। ଏଭଳି କାର୍ଯ୍ୟକ୍ରମ ନିଜ ସମାଜ କୁ ମଜବୁତ୍ କରିବା ସହ ଆଗାମୀ ପିଢ଼ି ପାଇଁ ବହୁ ଉପକାର ରେ ଆସିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚା ହୋଇଥିଲା।

Leave A Reply

Your email address will not be published.