ବ୍ଳକସ୍ତରୀୟ ଶାରଦୀୟ କ୍ରୀଡ଼ା ଅନୁଷ୍ଠିତ ।

0 1

ପଦ୍ମପୁର/Nila Deep -ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(କଲ୍ୟାଣ ବିଭାଗ)ର ଖେଳପଡିଆ ଠାରେ ରାଜବୋଡାସମ୍ବର ବ୍ଳକ ସ୍ତରୀୟ ଶାରଦୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବ୍ଳକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁନିଲ ମୁଣ୍ଡୁ ମୁଖ୍ୟ ଅତିଥି ଭାବରେ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମେହେର ଓ କ୍ରୀଡ଼ା ଗୁରୁ ଶ୍ରୀ ଦୁଃଶାସନ ବୁଡେକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।ଏହି କ୍ରୀଡା ପ୍ରତିଯୋଗିତାରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଜୁନିୟର ଓ ସିନିୟର ବିଭାଗ ବାଳକ ବାଳିକା ବର୍ଗରେ ମୋଟ ୩୩୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।ରାଜବୋଡାସମ୍ବର ବ୍ଳକ ସମ୍ପାଦକ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର ବିବରଣୀ ପଠନ କରିଥିଲେ ।ଉଦଯାପନୀ ଉତ୍ସବରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ଯୋଗଦେଇ କୄତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଏହି କ୍ରୀଡ଼ା ଉତ୍ସବରେ ବ୍ଳକର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ସହଯୋଗ କରିଥିଲେ |

Leave A Reply

Your email address will not be published.