୮ ତାରିଖକୁ କଳା ଦିବସ ଭାବେ ପାଳିବ କଂଗ୍ରେସ 

0

 

ଭୁୁବନେଶ୍ୱର-  କେନ୍ଦ୍ରରେ ଏନ୍.ଡି.ଏ. ସରକାରର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ନିଜର ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ଶିଳ୍ପପତି ଓ ଧନୀକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗତବର୍ଷ ନଭେମ୍ବର ୮ ତାରିଖରେ କରିଥିବା ବିମୁଦ୍ରୀକରଣ ନୋଟବନ୍ଦୀକୁ  ଏକ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ଯାହାଦ୍ୱାରା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ଏହାର କୁପ୍ରଭାବରେ ସାଧାରଣ ଜନତା ଅତିଷ୍ଠ  ହୋଇଛି । ଶିଳ୍ପ କ୍ଷେତ୍ରରେ ଉପôାଦନ ହ୍ରାସ ପାଇଛି, ନିଯୁକ୍ତି ସଂକୁଚିତ ହୋଇଛି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି । ଭାରତୀୟ ଜାତୀୟ କଂଗ୍ରେସ ସହିତ ତୃଣମୂଳ କଂଗ୍ରେସ, ସିପିଆଇ, ସିପିଏମ୍, ଫରୱାର୍ଡ ବ୍ଲକ, ବହୁଜନ ସମାଜ ପାର୍ଟି ପ୍ରଭୃତି ୧୮ଟି ରାଜନୈତିକ ଦଳ ଓ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଏହି ନୋଟ୍ ବନ୍ଦୀକୁ ମହାଦୁର୍ନୀତି ବୋଲି କହିଛନ୍ତି ଏବଂ ଆସନ୍ତା ନଭେମ୍ବର ୮ ତାରିଖ ଦିନକୁ ସମସ୍ତ ବିରୋଧୀ ଦଳ କଳାଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଅଖିଳ ଭାରତ କଂଗ୍ରେସ କମିଟି   ନିର୍ଦ୍ଦେଶ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ପ୍ରତିବାଦ, ବିକ୍ଷୋଭ ସମାବେଶ ଦ୍ୱାରା ଏହି “କଳାଦିବସ” ପାଳନ କରିବ । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆସନ୍ତା ୮ତାରିଖ ଦିବା ୧୦.୩୦ ମି. ସମୟରେ ଏକ ବିଶାଳ ରାଲି  କଂଗେସ ଭବନରୁ ବାହାରି ରାମମନ୍ଦିର, ହାଉସିଂବୋର୍ଡ ଛକ ଦେଇ ରିଜର୍ଭବ୍ୟାଙ୍କ ଆଗରେ ପହଂଚିବ ।  ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ  ହେବ । ସେହିଦିନ ସଂଧ୍ୟା ଘ. ୫.୩୦ମି. ସମୟରେ ମାଷ୍ଟର କ୍ୟାଂଟିନ୍ ଛକଠାରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ କ୍ୟାଣ୍ଡେଲ ରାଲି ର ଆୟୋଜିତ ହେବ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ସୌଗତ ମହାନ୍ତି ଏକ ପ୍ରେସ ବିିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.