ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୨ ଆଜି ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇ ସମସ୍ତଙ୍କୁ ସଚେତନତା କରାଇଥିଲେ। ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ଉନ୍ନତିରେ ଦୁର୍ନୀତି ବାଧକ ସାଜିଛି। ତେଣୁ ସମାଜର ପ୍ରତ୍ୟେକ ବର୍ଗ ଓ ଦୁର୍ନୀତିର ମୂଳଉତ୍ପାଟନ ପାଇଁ ଆଗେଇ ଆସିବା ଉଚିତ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଏବେ ଠାରୁ ସାଦୁତା , ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ପାଳନ କରିବାକୁ ହେବ ବୋଲି କହିଥିଲେ।
ଗତ ମାସ ୩୧ ଅକ୍ଟୋବର ତାରିଖ ଠାରୁ ନଭେମ୍ବର ୦୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି ବୋଲି ଦୁର୍ନୀତି ନିବାରଣ ଖଣ୍ଡ ବ୍ରହ୍ମପୁର , ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପ୍ରଧାନ କହିଛନ୍ତି ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଶପଥପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ବାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ।
ଏହା ବ୍ୟତୀତ ସାଦୁତା , ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି କହିଛନ୍ତି। ସେହିପରି ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଗାବାରା ତିରୁପତି ରାଓ ଯୋଗଦେଇ କହିଥିଲେ ଦୁର୍ନିତି ମୂଳଉତ୍ପାଟନ ନିମନ୍ତେ ସରକାର , ନାଗରିକ , ଘରୋଇ କ୍ଷେତ୍ରରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଉଚିତ। ସେହିପରି ସାଧୁତା ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି ସେ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରମାଞ୍ଚଳ ଖମାରୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ, ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଞ୍ଚାସିନ ରହି ସଚେତନତା ଓ ସତର୍କତା ରହି ଜନସାଧରଣଙ୍କୁ ଏହି ଦିଗରେ ଅଧିକରୁ ଅଧିକ ସଚେତନ କରାଇବାକୁ ପଡ଼ିବ ବୋଲି କହୁଥିଲେ।
ଚଳିତ ବର୍ଷର ବିଷୟ ବସ୍ତୁ “ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନିତି ମୁକ୍ତ ଭାରତ” ରଖାଯାଇଥିଲା । ଏହି ଅବସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ଚିତ୍ରାଙ୍କନ , ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ , ଓଡ଼ିଆ ଓ ଇଂରାଜୀ ବକୃତା ଏବଂ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଆଲିଆ ରେଡ୍ଡୀ , ଜୟଦ୍ରର୍ଥ ଆଚାର୍ଯ୍ୟ , ଭିଜିଲାନ୍ସ ଇନ୍ସପେକ୍ଟର ବାସୁଦେବ ରାଓ , ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିନତୀ ଦେଇ , ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମୀ ରଞ୍ଜନ ସେଠୀ , ଶ୍ରୀ ତ୍ରିଲୋଚନ ଷଡ଼ଙ୍ଗୀ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଗଣ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.