ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିଙ୍କୁ  ଉତ୍କଳ ଗୌରବ ସମ୍ମାନ ବାବଦ ଅର୍ଥ   

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା  ଜଣେ ସ୍ପଷ୍ଟବାଦୀ ରାଜନେତା  ଭାବେ ଜଣାଶୁଣା ସୁରେନ୍ଦ୍ର ନାଥ ନାୟକ ଶ୍ରେଷ୍ଠ ବିଧାୟକ ଭାବେ ପାଇଥିବା ଉକ୍ରଳ ଗୌରବ ମଧୁସୂଦନ ଦାସ ସମ୍ମାନ ବାବଦ ଅର୍ଥରାଶିକୁ କେରଳର ବନ୍ୟା ବିପନ୍ନଙ୍କ ସହାୟତା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । 

ଏଠାରେ ଉଲ୍ଲେଖନୀୟ ଯେ ୨୦୦୯ ବର୍ଷ ପାଇଁ ଶ୍ରୀ ନାୟକଙ୍କୁ ଏକ କମିଟି ବିଧାନସଭାର ଶ୍ରେଷ୍ଠ ବିଧାୟକ ଭାବେ ଚୟନ କରିବା ପରେ ନିକଟରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟମାନଙ୍କ ସହ ତାଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ । ଆଜି ଶ୍ରୀ ନାୟକ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ପୁରସ୍କାର ବାବଦ ପାଇଥିବା ୭୫ ହଜାର ଟଙ୍କା କେରଳ ବନ୍ୟା ବିପନ୍ନଙ୍କ ସାହାଯ୍ୟ ଉଦେ୍ଧଶ୍ୟରେ ତାଙ୍କ ରିଲିଫ୍ ପାଣ୍ଠିକୁ ଦେଇଛନ୍ତି । ଶ୍ରୀ ନାୟକଙ୍କ ଭଳି ଜଣେ ଦରଦୀ ବର୍ଷିୟାନ ରାଜନେତାଙ୍କ ଏଭଳି ମହନୀୟ ଦାନକୁ ମୁଖ୍ୟମନ୍ତ୍ରୀ ସାଦରେ ଗ୍ରହଣ କରିବା ସହିତ ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ଉଲ୍ଲେଖ କରିବା ସହ ଶ୍ରୀ ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.