ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ୭୧ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ -୨୦୨୨ ମହାସମାରୋହରେ ପାଳନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭବେ ଶୁଭ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ଶ୍ରୀ ରୋମାଞ୍ଚଳ ଖମାରୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି ଓ ଶ୍ରୀ ହୃଷିକେଶ ଗୌଡ଼ , ସଭାପତି, ଉତ୍କଳ ଗୋ ମଙ୍ଗଳ ବିକାଶ ପରିଷଦ ଗଜପତି , ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ରୀ କୁମୁଦ ରଞ୍ଜନ ଦାଶ , ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ, ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଏହି ଉତ୍ସବରେ ଯୋଗଦେଇଥଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋ-ପୂଜନ ଏବଂ ଗୋ-ସମ୍ବର୍ଦ୍ଧନା କାର୍ଯ୍ୟ ସରିବା ପରେ ଗୋପାଳକ ଏବଂ ବିଶେଷଜ୍ଞ ମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହା ପରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଥିଲା।
ଡ଼.ଲିମା ମହାନ୍ତି ପ୍ରାଣୀ ଚିକିତ୍ସକ ରାୟଗଡ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥଲେ। ଗୋ-ସମ୍ବର୍ଦ୍ଧନା ଉତ୍ସବର ସଭାପତି ତଥା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଡା.ଗିରୀଶ କୁମାର ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଡ଼.ବିଦ୍ୟୁତ୍ ଶେଖର ମିଶ୍ର ଏବଂ ଡ଼ା.ଶ୍ରୀକାନ୍ତ ଖଟୁଆ ଗୋ ସମ୍ବର୍ଦ୍ଧନା ସମ୍ପର୍କରେ ସ୍ବରଚିତ କବିତା ପାଠ କରିଥିଲେ । ଏହାପରେ ମୁଖ୍ୟ ବକ୍ତା ଗୋ-ସମ୍ବର୍ଦ୍ଧନାର ପୃଷ୍ଠଭୂମି , ମହତ୍ଵ ଏବଂ ସମାଜରେ ଗୋପାଳନର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ସମ୍ମାନିତ ଅତିଥିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।
ଏହି ଉତ୍ସବରେ ଜୀବେଦୟା ସଂସ୍ଥା “Hand for animal” ଏବଂ ଜୀବେଦୟା କର୍ମୀ ସନ୍ତୋଷ କୁମାର ବକ୍ସିଙ୍କୁ ପ୍ରାଣୀ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଶେଷରେ ମୁଖ୍ୟ ଅତିଥି ଗୋ ପୂଜନର ପ୍ରାସଙ୍ଗିକତା ଏବଂ ଗୋ ସମ୍ପଦ ଦ୍ବାରା ଚାଷୀମାନଙ୍କର ଆର୍ଥିକ ଉନ୍ନତି ସମ୍ପର୍କରେ ଅଭିଭାଷଣ ରଖିଥିଲେ। ସର୍ବଶେଷରେ ଡ଼ା.ଲିପିରେଖା ସ୍ୱାଇଁ , ପ୍ରାଣୀ ଚିକିତ୍ସାକ କାଶୀନଗର ଧନ୍ୟବାଦ୍ ଅର୍ପଣ କରିଥଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କୈଳାସ ବେହେରା , ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଅଧିକାରୀ ଡ଼ା.ସୁଶାନ୍ତ କୁମାର ଦାଶ , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା , ଗଜପତି ଶ୍ରୀ ସୁରେଶ କୁମାର ପଟ୍ଟାୟକ , ଜିଲ୍ଲା ମତ୍ସ୍ୟ ଅଧିକାରୀ , ଲିସା ବେହେରା , ପିଏଆଇଟିଡିଏ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉତ୍ସବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଅଧିକାରୀ ଡ଼ା.ରମାକାନ୍ତ ରଣା , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ନାରାୟଣ ମହାପାତ୍ର , ଡ଼.ପ୍ରଶାନ୍ତ କୁମାର ସାମଲ , ଡ଼.ଶୁଭବିକାଶ ମଲ୍ଲିକ , ଡ଼. ଅଭିଜିତ ମିଶ୍ର , ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ସମସ୍ତ କର୍ମଚାରୀ ମନେ ସହଯୋଗ କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ସାତଗୋଟି ବ୍ଲକ୍ ରୁ ୧୫୦ରୁ ଉର୍ଦ୍ଧ୍ବ ଗୋପାଳକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥଲେ।
Sign in
Sign in
Recover your password.
A password will be e-mailed to you.
Prev Post