ଗଜପତି ଜିଲ୍ଲା କୋର୍ଟ ତରଫରୁ ମାଗଣା ରକ୍ତ ପରୀକ୍ଷା ଶିବିର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା କୋର୍ଟ ଠାରେ ଗଜପତି ଜିଲ୍ଲା ନ୍ୟାୟଳୟ ତରଫରୁ ଏକ ରକ୍ତ ପରୀକ୍ଷା ଶିବିର ଅନୁଷ୍ଟିତ ହୋଇଯାଇଛି । ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।
ଗଜପତି ଜିଲ୍ଲା ନ୍ୟାୟଳୟ ଓ ଗଜପତି ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିରରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଓକିଲ ଓ କୋର୍ଟ କର୍ମଚାରୀ ମାନଙ୍କ ପାଇଁ ମାଗଣା ରକ୍ତ ପରୀକ୍ଷା କରଯାଇଥିଲା । ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଗଣ ଯଥା ପରିବାର ଅଦାଲତର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , କୋର୍ଟ ରେଜିସ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପ-ଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରାଙ୍କ ସମେତ ଓକିଲ ସଂଘ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ ଓ ବଋଷ୍ଠ ଓକିଲ ବୃନ୍ଦ ଯଥା ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ , ଶ୍ରୀ ଏଲ୍. କେ. ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ପରୀକ୍ଷା କରାଇଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଉପସ୍ଥିତ ରହି ରକ୍ତ ପରୀକ୍ଷା କେନ୍ଦ୍ରରେ ସୁପରିଚାଳନା କରିଥିବା ବେଳେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିର ରେ ଯକୃତ, ବୃକକ, ଲିପିଡ଼ ପ୍ରୋଫାଇଲ ଟେଷ୍ଟ , ଥାଇରୋଇଡ, ମଧୁମେହ ଇତ୍ୟାଦି ପରୀକ୍ଷା ମାନ କରାଯାଇଥିବା ସୂଚନା ଦେଇଥିଲେ।
ଆୟୋଜିତ ରକ୍ତ ପରୀକ୍ଷା ଶିବିରରେ କୋର୍ଟର ସମସ୍ତ କର୍ମଚାରୀ ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହି ନିଜ ନିଜ ରକ୍ତ ପରୀକ୍ଷା କରିଥିଲେ। ସମସ୍ତ କାର୍ଯ୍ୟକୁ କୋର୍ଟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.