ଜଗତସିଂହପୁରଠାରେ ବିଶ୍ୱମିତବୟିତା ଦିବସ ପାଳିତ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ମିଳିତ ଆନୁକୂଲ୍ୟରେ ବିଶ୍ୱମିତବୟିତା ଦିବସ -୨୦୨୨ ପାଳିତ ହୋଇଯାଇଛି l ଏହି ଦିବସ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ସଂଚୟରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ l ଏହି ମୋବାଇଲ ସଂଚୟରଥ ଜିଲ୍ଲା ପରିକ୍ରମା କରି ସ୍ୱଳ୍ପ ସଂଚୟ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବ l ଦୈନଦିନ ଜୀବନରେ ନିଜର ଖର୍ଚ୍ଚକୁ କମ୍ କରି ଭବିଷ୍ୟତ ପାଇଁ ସଂଚୟ କରିବା ଏହି ଦିବସ ପାଳନର ଉର୍ଦ୍ଧେଶ୍ୟ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରିଣୀ ବିଶ୍ଵବିଜୟିନୀ ପଟ୍ଟନାୟକ, ଓରମାସ ଏକଜିକ୍ୟୁଟର ପ୍ରଭାତ କୁମାର ଦାଶ, ସମୀର କୁମାର ସ୍ୱାଇଁ, ଶାରଦା ପ୍ରସନ୍ନ ସାହୁ, ରୀନା ସୋରେନ, କବିତା ମୁର୍ମୁ, ରାଧାକାନ୍ତ ଜେନା, ଦିଲ୍ଲୀପ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ରଂଜନ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l

Leave A Reply

Your email address will not be published.