ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

0

 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ପୂର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା। ଏହି ଶୋଭାଯାତ୍ରାକୁ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ ଓ ଅତିରିକ୍ତ ଜିଲାପାଳ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ନାୟକ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଶୋଭାଯତ୍ରାରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୨୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ହାତରେ ପ୍ଲାସ କାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।
ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ ବିଭାଗ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନର ଜନସାଧରଣଙ୍କୁ ବିପର୍ଯ୍ୟୟ ସମୟରେ କିପର ଉଦ୍ଧାର କରାଯାଇ ପାରିବ ତାହାର ଏକ ମୋକ ଡ୍ରିଲ ଜିଲ୍ଲା ଅଗ୍ନିଶମ ଅଧିକାରୀ ବିଶ୍ଵନାଥ ମହାନ୍ତି ଓ ଅଗ୍ନିଶମ ହାବେଲଦାର ରାଜେନ୍ଦ୍ର କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ମୋକ ଡ୍ରିଲ ଦେଖାଇ ଥିଲେ।
ପରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆର୍ ସେ ଟି ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଗାବରା ତ୍ରିପତି ରାଓ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ଜିଲ୍ଲା ଜରୁରକାଳୀନ ଅଧିକାରୀ ଶ୍ରୀ ଜୟବ୍ରତ ଆଚାର୍ଯ୍ୟ ଏବଂ ଶ୍ରୀ ପ୍ରଦୋଷ ଶତପଥୀ , ଜିଲ୍ଲା ଜରୁରକାଳୀନ ପ୍ରଗ୍ରାମ୍ ମେନେଜର ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସତର୍କତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ସଚେତନତା କରାଇଥିଲେ।
ଗତ ବାତ୍ୟା ସମୟରେ ସମସ୍ତ ସରକାରୀ ଅଧିକାରୀ ଏବଂ ଜନସାରଣଙ୍କ ମିଳିତ ସହଯୋଗରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ସଫଳ ମୁକାବିଲା କରାଯାଇଥିବା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଆଲୋକପାତ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବକୃତା , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପିଏ.ଆଇ.ଟି.ଡିଏ ,ଶ୍ରୀ ପାଲଗୁନି ମାଝୀ , ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ା , ଶ୍ରୀମତୀ ନର୍ମଦା ନାୟକ , ଶ୍ରୀ ଜ୍ଞାନ ରଞ୍ଜନ ମାଝୀ , ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା ,
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତ ଅଧିକାରୀ,ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସଭାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ସହରର ବରିଷ୍ଠ ନାଗରିକ , ବିଭାଗୀୟ ସମସ୍ତ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦାନ କରିଥିଲେ।

Leave A Reply

Your email address will not be published.