ବାସୁଦେବପୁର-/ପ୍ରତାପ ପାଢ଼ୀ ଆଜି ବାସୁଦେବପୁର ରେ ଯୁବ କଂଗ୍ରେସ ପକ୍ଷ ରୁ ପୌର ପରିଷଦ ର ବିଭିନ୍ନ ସମସ୍ୟା ନେଇ ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି। ପ୍ରଧାନ ମନ୍ତ୍ରୀ ଆବାସ ର ଅନିୟମିତତା, ଅଧା ଥିବା ରାସ୍ତା କାମ ର ଶୀଘ୍ର ଆରମ୍ଭ, ରାସନ କାର୍ଡ ଦୁର୍ନୀତି, , ଉଠା ଦୋକାନୀ ଙ୍କୁ ଥଇଥାନ ,ଏହି ଭଳି ବିଭିନ୍ନ ପ୍ରକାରର ସମସ୍ୟା ନେଇ ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଯୁବ କଂଗ୍ରେସ ନଗର ସଭାପତି ସୁଶାନ୍ତ ମହାକୁଡ ଙ୍କ ନେତୃତ୍ବରେ ପିସିସି ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ, ନଗର ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ, ବ୍ଲକ୍ ସଭାପତି ରମେଶ ଚନ୍ଦ୍ର ବଳ, ଯୁବ କଂଗ୍ରେସ ଜିଲ୍ଲା କାର୍ଯ୍ୟ କାରି ସଭାପତି ସୁବ୍ରତ ବେହେରା, ମହିଳା କଂଗ୍ରେସ ସଭାପତି ମଞ୍ଜୁ ଲତା ପଣ୍ଡା, ସୁଦର୍ଶନ ମହାକୁଡ, ଅକ୍ଷୟ ବାରିକ୍, ବାବୁ ବାରିକ୍, ଚନ୍ଦନ ନାୟକ ଙ୍କ ସହ କିଛି କାଉନ ସିଲର, ଶତାଧିକକଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ। ଯୁବ କଂଗ୍ରେସ ପକ୍ଷ ରୁ ବିଭିନ୍ନ ଦାବି ନେଇ ପୌର ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.