ଶ୍ରୀ ଜଗନ୍ନାଥ ଏଜୁକେସନାଲ ଫାଉଣ୍ଡେସନ କଲେଜର ଭିତ୍ତିଭୂମି ଉନ୍ନତିକରଣ ପାଇଁ ମୋ କଲେଜ ବୈଠକରେ ଗୁରୁତ୍ୱ ଦେଲେ ଜନପ୍ରତିନିଧି

0

ବାଲେଶ୍ୱର- ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଶ୍ରୀ ଜଗନ୍ନାଥ ଏଜୁକେସନାଲ ଫାଉଣ୍ଡେସନ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ସ୍ଥାନୀୟ ବାଲେଶ୍ୱର ଅଞ୍ଚଳ ଏହି କଲେଜର ଯଥେଷ୍ଟ ସୁନାମ ରହିଛି I ଗମନାଗମନ ଦୃଷ୍ଟିରୁ ଏଠାକୁ ବସ ଓ ଟ୍ରେନର ସୁବିଧା ଥିବାରୁ ଅନେକ ଦୂର ଦୂରାନ୍ତ ପିଲା ଓ ଅଭିଭାବକ ମାନେ ମଧ୍ୟ ଏହି କଲେଜକୁ ଶିକ୍ଷା ଗ୍ରହଣ ପାଇଁ ପ୍ରାଥମିକତା ଦେଇ ଆସିଛନ୍ତି I ବିଗତ କିଛି ବର୍ଷ ମଧ୍ୟରେ ଏହି କଲେଜ ପିଲାମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଆସୁଛନ୍ତି I ବର୍ତ୍ତମାନ ମାନ୍ୟବର ମୁଖମନ୍ତ୍ରୀଙ୍କ ଦିଗଦର୍ଶନରେ ମୋ ସ୍କୁଲ ଏବଂ ମୋ କଲେଜ କାର୍ଯ୍ୟକ୍ରମ ସଫଳ ହେଉଥିବା ବେଳେ ଶ୍ରୀ ଜଗନ୍ନାଥ ଏଜୁକେସନାଲ ଫାଉଣ୍ଡେସନ ଡିଗ୍ରୀ କଲେଜରେ ‘ମୋ କଲେଜ ଅଭିଯାନ’କୁ କାର୍ଯ୍ୟକାରୀ କରିବା ପାଇଁ ଏଠାକାର ଜନ ପ୍ରତିନିଧି ମାନେ ଅନୁଷ୍ଠିତ ଏକ ବୈଠକରେ ଗୁରୁତ୍ୱ ଦେଇଥିଲେ I ଏଥିରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ I ଏଥିରେ କଲେଜର ଶୈକ୍ଷିକ ବାତାବରଣକୁ ଅଧିକ ସୁଦୃଢ କରିବା ସହ, କମନରୁମ, ଶୌଚାଳୟ, ପଠାଗାର, ବିଜ୍ଞାନଗାର, ଖେଳ ପଡ଼ିଆ ଓ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା I ପୁରାତନ ବିଦ୍ୟାର୍ଥୀ, ଗ୍ରାମବାସୀ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଥିବା ବ୍ୟକ୍ତିବିଶେଷ, ଅବିଭାବକଙ୍କ ମିଳିତ ସହଯୋଗରେ ଏଥି ସହିତ ବିଦ୍ୟାଳୟକୁ ଅଧିକ ଅନୁଦାନ ଆଣିବା ଏବଂ ଏହାକୁ ଶିକ୍ଷାର୍ଥୀ ହିତରେ ଅଧିକ ବିନିଯୋଗରେ ସାହାଯ୍ୟ କରିବବୋଲି ସମିତି ସଭ୍ୟା ଶ୍ରୀମତୀ ଶାନ୍ତା ଦାସ ଆଲୋଚନାରେ ଗୁରୁତ୍ୱ ଦେଇଥିଲେ I ଏହି ମୋ କଲେଜ ଅଭିଯାନକୁ ସମସ୍ତଙ୍କ ମିଳିତ ସହଯୋଗରେ ଆଗକୁ ଆଗେଇ ନେବା ପାଇଁ କଲେଜର ପ୍ରତିଷ୍ଠାତା ତଥା ସମାଜସେବୀ ମାର୍କଣ୍ଡ ଚରଣ ସେଠୀ ଏବଂ ଅଧକ୍ଷ କଲେଜ ଶ୍ରୀ ସୁଧାଂଶୁ ଭୂଷଣ ମହାନ୍ତି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ I କଲେଜ ଭିତ୍ତିଭୂମି ଉନ୍ନତିକରଣ ନେଇ ଜନପ୍ରତିନିଧିମାନଙ୍କ ଏହି ଉଦ୍ୟମକୁ ଅନେକ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି I

Leave A Reply

Your email address will not be published.