ବରଗଡ :- ଏକ ଅଭାବନୀୟ ଘଟଣା କ୍ରମରେ ଆଜି ପାଇକମାଲ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ସାଲେପାଲି ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ଏକ ଛେଳିକୁ ବଞ୍ଚାଇବା ପାଇଁ ଜଣେ ବାଇକ ଆରୋହି ଦୁର୍ଘଟଣା ର ଶିକାର ହୋଇଥିଲେ । ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ବଣ୍ଡାମୁଣ୍ଡା ନିକତସ୍ତ ବୁଢ଼ୀବାହାଲ ଗ୍ରାମ ନେହରୁ ବାଗ ଓ ତାଙ୍କର ପତ୍ନୀ ଏକ ବାଇକ ଯୋଗେ ନିଜର ଝିଅ ଘର ପାଇକମାଲ ବୁଟୁରା ଖମାର ଗ୍ରାମକୁ ଯାଉଥିଲେ । ସାଲେପାଲି ପେଟ୍ରୋଲ ପମ୍ପ ନିକଟରେ ହଟାତ ଏକ ଛେଳି ରାସ୍ତା ଉପରକୁ ଦୌଡ଼ି ଆସିବା ଫଳରେ ଛେଳିକୁ ବଞ୍ଚାଇବା କୁ ଯାଇ ନେହରୁ ଙ୍କର ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା । ଫଳରେ ନେହେରୁ ଙ୍କର ସ୍ତ୍ରୀ ଙ୍କର ମୁଣ୍ଡ ରାସ୍ତା ମଝିରେ ଥିବା ଡିଭାଡର ରେ ପିଟି ହୋଇ ଯାଇଯିବା ଦ୍ୱାରା ନେହେରୁ ଙ୍କର ସ୍ତ୍ରୀ ଆହତ ହୋଇ ପଡ଼ିଥିଲେ । ଠିକ ସେହି ସମୟରେ ପାଇକମାଲ ରୁ ପଦ୍ମପୁର ଯାଉଥିବା ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ବରିହା ଙ୍କର ସୁପୁତ୍ର ଭୋଜରାଜ ସିଂ ବରିହା ସାଲେପାଲି ଗ୍ରାମରେ ଅଟକିଥିବା ବେଳେ ଏହି ଖବର ପାଇ ତୁରନ୍ତ ନିଜର ଗାଡି ପଠେଇ ଆହତ ନେହେରୁ ଙ୍କର ସ୍ତ୍ରୀ ଙ୍କୁ ପାଇକମାଲ ଡାକ୍ତରଖାନା ପଠେଇ ଥିଲେ ।
ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବା ପ୍ରତେକ ଲୋକଙ୍କ କର୍ତ୍ତବ୍ୟ। ହେଲେ ଭୟ ହେଉ କି ଅଜ୍ଞାନତା ଆଜିବି ଅନେକ ଲୋକ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଦେଖି ବାଟ ଭାଙ୍ଗି ଚାଲି ଯାଉଛନ୍ତି ଫଳରେ ଠିକ ସମୟରେ ପ୍ରାଥମିକ ଚିକିତ୍ସା ନ ପାଇ ଅନେକ ଲୋକଙ୍କ ବହୁମୂଲ୍ୟ ଜୀବନ ନଷ୍ଟ ହୋଇ ଯାଉଛି । ସରକାର ବିଭିନ୍ନ ମାଧ୍ୟମ ରେ ଜନସାଧାରଣ ଙ୍କୁ ଦୁର୍ଘଟଣା ପୀଡିତ ଲୋକଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଇବା ପାଇଁ ବାରମ୍ବାର ନିବେଦନ କରୁଛନ୍ତି ହେଲେ ଆଜି ମଧ୍ୟ ଅନେକ ଲୋକଙ୍କ ଜୀବନ ଠିକ ସମୟରେ ଚିକିତ୍ସା ନ ପାଇବାରୁ ନଷ୍ଟ ହୋଇଯାଉଛି । ଯୁବନେତା ଯୁବରାଜ ବରିହା ଙ୍କର ଏହି କାର୍ୟ୍ଯ ଯୁବ ସମାଜକୁ ନିଶ୍ଚିତ ଭାବରେ ପ୍ରେରିତ କରିବ ଏଥିରେ ସନ୍ଦେହ ନାହିଁ ।
Sign in
Sign in
Recover your password.
A password will be e-mailed to you.
Prev Post