ରାଉରକେଲା ବନ୍ଧମୁଣ୍ଡା ରେ ପଶିଲେ ୨୨ ଟିକିଆ ହାତୀ ଦଳ।।

0

 ଟ୍ରେନ ଚଳାଚଳରେ ହାଇ ଆଲର୍ଟ, ହାତୀ ଦଳଙ୍କ ଟ୍ରେନ ଲାଇନ ପାର 

ରାଉରକେଲା(ବସନ୍ତ କୁମାର ଜେନା):ଗ୍ରାମାଞ୍ଚଳ ଛାଡି ହାତୀ ପଲ୍ଲ ଏବେ ସହର ମୁହାଁ। ଆଜି ଏକ ହାତୀ ପଲ୍ଲ ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଡେରା ପକାଇଛନ୍ତି। ଏହି ୨୨ ଟିକିଆ ହାତୀ ଦଳ ଏବେ ବନ୍ଧମୁଣ୍ଡା ‘ଡି’ କେବିନ ନିକଟ ଆର କେବିନ ସମ୍ମୁଖ ଟ୍ରେନ ଲାଇନ କଡରେ ଅଛନ୍ତି। ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲ୍ଲ ଉପରେ ନଜର ରଖିଛନ୍ତି। ଉକ୍ତ ଅଞ୍ଚଳରେ ଲୋକ ମାନଙ୍କ ଯିବା ଆସିବା ବନ୍ଦ ରଖାଯାଇଛି। ହାତୀ ପଲ୍ଲ ରେଳ ଲାଇନ ନିକଟରେ ଥିବାରୁ ଟ୍ରେନ ଚଳାଚଳ ଉପରେ ହାଇ ଆଲର୍ଟ କରାଯାଇଛି। ଗତକାଲି ରାତିରୁ ଏହି ହାତୀ ଦଳ ସେଠାରେ ଡେରା ପକାଇଛନ୍ତି। ଏବେ ବନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ମାନେ ସତର୍କତାର ସହ ହାତୀ ପଲ୍ଲ କୁ ଟ୍ରେନ ଲାଇନ ପାର କରାଉଛନ୍ତି। ହାତୀଙ୍କ ସୁରକ୍ଷା କୁ ପ୍ରାଥମିକତା ଦିଆଯାଉଛି। ସୂଚନାଯୋଗ୍ୟଯେ ଗତ ୨୧ ତାରିଖ ରାତିରେ ଏକ ୧୭ ଟିକିଆ ହାତୀ ଦଳ ବନ୍ଧମୁଣ୍ଡା ନିକଟ ଦେଇ କ୍ରସ କରିଥିଲେ। ବନ୍ଧମୁଣ୍ଡା ଅଞ୍ଚଳରେ ହାତୀ ପଲ୍ଲ ଯାତାୟତ ବୃଦ୍ଧି ପାଇଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Leave A Reply

Your email address will not be published.