ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ବଜାର ପ୍ରାଙ୍ଗଣରେ ବରଗଡ ଜିଲ୍ଳା ଗାଁ ସାଥୀ ସଂଘର ବୈଠକ ଜିଲ୍ଳା ସଭାପତୀ ବିପିନ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗାଁ ସାଥୀ ମାନଙ୍କୁ ସରକାର ବିଭିନ୍ନ ପ୍ରତିଶୃତି ଦେଇ ବାରମ୍ବାର ଅଣଦେଖା କରୁଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବୈଠକରେ ପାଇକମାଲ ବ୍ଳକ ସଭାପତି ସତ୍ୟବାନ ଭୋଇ, ପଦ୍ମପୁର ବ୍ଳକ ସଭାପତି ନିରାକାର ଜାଲ, ଝାରବନ୍ଧ ବ୍ଳକ ସଭାପତି ଦେବାନନ୍ଦ ଶବର, ଗାଇସିଲେଟ ବ୍ଳକ ସଭାପତି ତଥା ରାଜ୍ୟ ସହ ସଂପାଦକ ଶୋଭାରାମ ସାହୁ, ଜିଲ୍ଳା ସହ ସଂପାଦକ ପ୍ରଦୀପ ପଟେଲ, ହେମନ୍ତ ଭୋଇ, ସଂକୀର୍ତନ ମେହେର, ନୀଲାମ୍ବର ତାଣ୍ଡି, ମନୋଜ ଭୋଇ ଓ ଅନ୍ୟ ସଦସ୍ୟମାନେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଲଲିତ ବାଗ, ନରେନ୍ଦ୍ର ବାଗ, ଅଶ୍ୱିନୀ ସାହୁ, ପିଙ୍କୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post