ପୋଡାପାଡି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସଵ ସୁରଭି ୨୦୨୨ ପ୍ରତିଯୋଗିତା

0

କାଶୀପୁର / ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ପୋଡାପାଡ଼ି ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଅତରସିଂ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ” ସୁରଭି ” – ୨୦୨୨ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଯାଇଛି।
ସ୍ଥାନୀୟ ଉତ୍କଳ ମଣି ଗୋପବନ୍ଧୁ ହାଇସ୍କୁଲ ପୋଡାପାଡ଼ି ର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମେନୀ ପୂଜାରୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ନାୟକ ସଭାପତିତ୍ୱ କରି ଚଳିତ ବର୍ଷର ”ସୁରଭି” କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ଉପରେ ଛାତ୍ର / ଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ମନଭାବ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ।
ପୋଡାପାଡ଼ି କ୍ଲଷ୍ଟରର ସିଆରସିସି ତ୍ରିନାଥ ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ପ୍ରତିଯୋଗିତାରେ 18 ଗୋଟି ବିଦ୍ୟାଳୟର 150 ଜଣ ଛାତ୍ର /ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ଏଥିରେ ଶ୍ରୁତି ଲେଖନ , , କୁଇଜ , ଚିତ୍ରାଙ୍କନ , ବକୃତା,ସଂଗୀତ , ସାଂସ୍କୃତିକ କାର୍ଯ୍ୟକ୍ରମ , ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଭଳି ମୋଟ 7ଟି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ। ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ବିଚାରକ ମାନଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି। ନାଚ ପ୍ରତିଯଗିତା ରେ ଉତ୍କଳ ମଣି ଗୋପବନ୍ଧୁ ହାଇସ୍କୁଲ ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଡାପାଡ଼ି, ତୃତୀୟ ସ୍ଥାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁହୁଣ୍ଡି, ବକୃତା ପ୍ରତିଯଗିତା ରେ ପ୍ରଥମ ସ୍ଥାନ ସ୍ନିଗ୍ଧାମୟୀ ବେହେରା, ଦ୍ୱତୀୟ ସ୍ଥାନ ପୁଷ୍ପା ମୁଦୁଲି, ତୃତୀୟ ସ୍ଥାନ ମନୀଷା ନାଏକ
ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.