ସହାୟତାର ହାତ ବଡାଇଲେ ବ୍ରହ୍ମପୁର ବିଧାୟକ ଓ ରାୟଗଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ଉପଦେଷ୍ଟା ସୁଧୀର କୁମାର ଦାସ ।

0

ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ ସହାୟତାର ହାତ ବଡାଇଲେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାୟଗଡା ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମର ଲମ୍ବତା ସାହିର ବାସିନ୍ଦା ମନୋରଞ୍ଜନ ଲମ୍ବତା ଙ୍କ କିଛି ଦିନ ହେବ ଦେହ ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତାଙ୍କର ଚିକିତ୍ସିତ ଅବସ୍ଥାରେ କାଲି ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା ।ସେତେ ବେଳେ ତାଙ୍କ ପାଖରେ ମା ବୈଦେଇ ଲମ୍ବତା ଓ ସ୍ତ୍ରୀ ଅନିତା ଲମ୍ବତା ,ବିଧବା ନାନୀ କୁନି ରହିଥିଲେ ।ଏହି ଖବର କଲ୍ୟାଣସିଂହପୁର ପରିବାର ଓ ସମ୍ପକୀୟ ଶୁଣି ଥିଲେ ।ମନୋରଞ୍ଜନ ଙ୍କ ମର ଶରୀର କିପରି ଗାଁ କୁ ଆସିବ ସେବିଷୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ଙ୍କୁ ଅବଗତ କରିଥିଲେ ।ସେ ଜଣେ ଗରିବ ଲୋକ ତାଙ୍କବ୍ରହ୍ମପୁର
ଏମକେସିଜି ରେ ମୃତ୍ୟୁ ହୋଇଛି ।ତାଙ୍କ ମରଶରୀର କିପରି ଗାଁରେ ପହଂସଞ୍ଚିବ ଆଲୋଚନା କରିଥିଲେ ।ଏହାକୁ ନେଇ ସୁଧୀର ଦାସ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଯୋଗା ଯୋଗ ପାଇଁ କହିଥିଲେ ।ଏହି ବିଷୟ ଶୁଣି ମାନ୍ୟବର ବିଧାୟକ ଙ୍କ ନିର୍ଦେଶ ପାଇଁ ସଂଯୋଜକ ଗିରିଜଙ୍କ ସମେତ ମହାନଗରର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା ଓ ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର ଚିତ୍ରସେନ ମହାପାତ୍ର ,ଅବସର ପ୍ରାପ୍ତ ପୁଲିସ ସ୍ୱସିଆଲ କର୍ମୀ ଟି ବିଜୟ ରାଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ମନୋରଞ୍ଜନଙ୍କ ମର ଶରୀର କିପରି ଗାଁରେ ପହଞ୍ଚିବ ରୋଗିବୁହା ଶବ ଗାଡିର ବ୍ୟବସ୍ଥା କରିଥିଲେ ।ଯାହାଫଳରେ ଶବ ସୁବିଧାରେ ପହଞ୍ଚି ଥିବାରୁ ସହାୟତା କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ
ପରିବାର ପକ୍ଷରୁ ହୃଦୟଭାର କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.