ସାମ୍ବାଦିକମାନଙ୍କର ମିଳନ ପର୍ବ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପର୍ଯ୍ୟଟନସ୍ଥଳୀ ଶିଆଳି ସମୁଦ୍ରବେଳାଭୂମିରେ ସାମ୍ବାଦିକ ମାନଙ୍କର ଏକ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି।୧୯୪୫ ମସିହାରୁ ସାମ୍ବାଦିକଙ୍କ ସ୍ୱାର୍ଥ ଓ ଗଣମାଧ୍ୟମର ସ୍ୱଛତା ପାଇଁ କାର୍ଯ୍ୟ କରିଆସୁଥିବା ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘର ଏକ ସାଂଗଠନିକ ବୈଠକ ଶିଆଳିରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ନୂଆକରି ଏରସମା ବ୍ଲକ ଅଞ୍ଚଳରେ ଇଲୋକ୍ଟ୍ରୋନିକ୍ସ, ପ୍ରିଣ୍ଟ ଓ ଓଏବ ମିଡିଆରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ଏରସମା ପ୍ରେସକ୍ଲବର ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘରେ ଆନୁଷ୍ଠାନିକ ଭାବେ ମିଶ୍ରଣ ହୋଇଥିଲା।ଶିଆଳି ଓଟିଡିସି ସଭାଗୃହରେ ଆୟୋଜିତ ମିଳନ ପର୍ବରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘର ଉପଦେଷ୍ଟା ରାଧାକାନ୍ତ ମିଶ୍ର,ସଂଗଠନ ସମ୍ପାଦକ ଅମରଜ୍ୟୋତି ସାହୁ,କୋଷାଧ୍ୟକ୍ଷ ମାନସ କାନୁନଗୋ, ଏରସମା ପ୍ରେସକ୍ଲବର ଉପଦେଷ୍ଟା ପ୍ରମୋଦ କୁମାର ଦାସ ଓ ପ୍ରଶାନ୍ତ କୁମାର ମହାପାତ୍ର, ଏରସମା ପ୍ରେସକ୍ଲବର ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା, ସମ୍ପାଦକ ପର୍ଶୁରାମ ମନ୍ତ୍ରୀ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାଭିମାନ ପାଇଁ ସଂଘ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା।ସାମ୍ବାଦିକ ମାନଙ୍କ ବିଭିନ୍ନ ସମାସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ଏରସମା ପ୍ରେସକ୍ଲବର ସମସ୍ତ କର୍ମକର୍ତ୍ତା,ସଦସ୍ୟ ଓ ନୂଆକରି ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘରେ ଯୋଗଦେଇଥିବା ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ଫୁଲମାଳ ଦେଇ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ମିଳନ ଉତ୍ସବରେ ଜଗତସିଂହପୁର ଜିଲ୍ଲାର କୋଣଅନୂକୋଣରୁ ପାଖାପାଖି ଷାଠିଏରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇ ଏରସମା ପ୍ରେସକ୍ଲବ ଏହାର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ କୁ ବଧେଇ ଜଣାଇଥିଲେ।

Leave A Reply

Your email address will not be published.