ଜମିପଟ୍ଟା ସଂଶୋଧନ ପାଇଁ ସ୍ୱତନ୍ତ୍ର ଅଭିଯାନ

0

ବରଗଡ :-ଓଡିଶା ସରକାର ଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଓ ପାଇକମାଲ ତହସିଲଦାର ଶ୍ରୀ ପରୀକ୍ଷିତ ସାହୁ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ପାଇକମାଲ ତହସିଲ ଅନ୍ତର୍ଗତ , ବିଭିନ୍ନ ଗ୍ରାମରେ ତହସିଲଦାର ଙ୍କର କେମ୍ପକୋର୍ଟ ମଧ୍ୟାନରେ ପୁରୁଣା ଜମି ପଟ୍ଟା ସଂଶୋଧନ କାର୍ଯକ୍ରମ କରାଯାଉଛି । ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ଏହିଭଳି ଅନେକ ଲୋକଙ୍କ ପଟ୍ଟା ରହିଛି ଯେଉଁ ପଟ୍ଟାରେ ହିତାଧିକାରୀଙ୍କ ପୂର୍ବ ପୁରୁଷ ଙ୍କର ନାମରେ ରହିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ପରଲୋକ ହୋଇଗଲାଣି । ଯାହାଫଳରେ ପଟ୍ଟାଧାରି ଙ୍କର ଦାୟାଦ ମାନଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି । ଏହା ସହିତ ଅନେକ ସ୍ଥାନରେ ସ୍ୱାଧୀନତାର ପରବର୍ତ୍ତୀ ଦଶନ୍ଧି ମାନଙ୍କରେ ଭୂମିହୀନ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ଜମିପଟ୍ଟା ଗୁଡିକରେ , କୋଣସି କାରଣ ବଶତଃ ବର୍ତ୍ତମାନ ମଧ୍ୟ ଅନେକ ଏହିଭଳି ହିତାଧିକାରୀଙ୍କ ନାମ ରହିଛି , ଯେଉଁମାନଙ୍କର କି ପରବର୍ତ୍ତୀ ସମୟରେ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସରକାର ଙ୍କର ଏହି ଅଭିଯାନ ମାଧ୍ୟମରେ ଏହିଭଳି ପୁରୁଣା ପଟ୍ଟା ସବୁର ସଂଶୋଧନ ପାଇଁ ସରକାର ଙ୍କର ତରଫରୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ପାଇକମାଲ ତହସିଲଦାର ଶ୍ରୀ ସାହୁ ବିଭିନ୍ନ ଗ୍ରାମରେ ନିଜେ କେମ୍ପକୋର୍ଟ କରି , ଲୋକଙ୍କ ସହିତ ଓ ମୃତ ହିତାଧିକାରୀଙ୍କ ବଂଶଜ ମାନଙ୍କ ସହିତ ଆଲୋଚନା କରି , ପୁରୁଣା ସମସ୍ୟା ଗୁଡିକର ସମାଧାନ , କରିବାର ପ୍ରୟାସ କରୁଛନ୍ତି । ସାମାନ୍ୟ କାମ ଟିକିଏ ପାଇଁ ଲୋକଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟ କୁ ଦୌଡ଼ିବାକୁ ପଡୁଥିଲା , ହେଲେ ବର୍ତ୍ତମାନ ତହସିଲଦାର ଓ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କୁ ନିଜର ଗ୍ରାମରେ ପାଇ ଲୋକଙ୍କ ମନରେ ଖୁସି ଦେଖାଦେବା ସହିତ ତାଙ୍କର ସମସ୍ୟାର ସମାଧାନ ହେବାର ଆଶାର ସଂଚାର ହୋଇଛି। ପାଇକମାଲ ତହସିଲଦାର ଶ୍ରୀ ସାହୁ ଙ୍କର ସହିତ ଅତିରିକ୍ତ ତହସିଲଦାର ଶ୍ରୀ ପ୍ରତାପ ଚନ୍ଦ୍ର ପୁଝାରି , ପାଇକମାଲ ରାଜସ୍ୱ ନିରୀକ୍ଷକ ଶ୍ରୀ ନରେନ୍ଦ୍ର ବିଶି , ଭେଙ୍ଗରାଜପୁର ରାଜସ୍ଵ ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଝିଟିକି ରାଜସ୍ୱ ନିରୀକ୍ଷକ ମାଧୁରୀ ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରଶଂସନୀୟ ପ୍ରୟାସ ଆରମ୍ଭ କରିଛନ୍ତି ।।

Leave A Reply

Your email address will not be published.