ସିମୁଳିଆ ବି ଡି ଓ ଙ୍କ ଅଚାନକ ବଦଳିକୁ ନେଇ ବିଜେପି ତରଫରୁ ଆନ୍ଦୋଳନ।

0

ସିମୁଳିଆ, ବାଲେଶ୍ଵର (ଅକ୍ଷୟ କୁମାର ଜେନା): ସିମୁଳିଆ ବ୍ଲକ ର ନୂତନ ଭାବେ ଯୋଗ ଦେଇ ଥିବା ବି ଡି ଓ ଅଭିସେକ ଦାସ ଙ୍କ ବଦଳି କୁ ନେଇ ଘୋର ଜନ ଅସନ୍ତୋଷ ଦେଖା ଯାଇଛି ସମଗ୍ର ସିମୁଳିଆ ବ୍ଲକ ରେ। ଚେୟାର ମ୍ୟାନ ବାବାଜି ମଲିକ ଙ୍କ କହିବା ଅନୁସାରେ ଦେଢ଼ ମାସ ଭିତରେ ନୁଆ କରି ଯଏନ କରିଥିବା ବି ଡି ଓ ସିମୁଳିଆ ବ୍ଲକ ଅଫିସ ର ରୂପ ରେଖ ବଦଳେଇ ସାରିଲେଣି। କୌଣଷି ଦଳ କୁ ସପୋର୍ଟ ନକରି ଲୋକ ମାନଂକ କାମ ତୁରନ୍ତ ଏବେ ହୋଇଯାଉଥିବା ବେଳେ ଏହାକୁ ନେଇ ଚକ୍ରାନ୍ତ କରି ବଦଳି କରିବା ଅତ୍ୟନ୍ତ ଲଜ୍ୟଜନକ ବିଷୟ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ପୁର୍ବତନ ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା ଏବଂ ବାଇଶି ଗୋଟି ପଞ୍ଚାୟତର ତୁଙ୍ଗ ନେତା ମାନେ ବି ଡି ଓ ଙ୍କୁ ଏଠାରୁ ବଦଳି ନ କରିବା କୁ ଜିଦ୍ ଧରିବା ସହ ବ୍ଲକ ଅଫିସ ରେ ବସି ଆନ୍ଦୋଳନ କରିବା ସଂଗେ ସଙ୍ଗେ ଜିଲ୍ଲା ପାଳ ଙ୍କୁ ଏ ବାବଦ ରେ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.