ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା):ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ମୁରୁଣା ଗ୍ରାମ ର ସୁମିତ ମହାପାତ୍ର, ବୟସ ୩୨ ଦାନ୍ତ ବିନ୍ଧା ରୁ ଯନ୍ତ୍ରଣା ଭୋଗିବା ପରେ ହଠାତ୍ ରକ୍ତ ବାନ୍ତି କରିବା ସହ ପ୍ରଥମେ ସିମୁଳିଆ ମେଡ଼ିକାଲ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତରିତ ହୋଇଥିଲେ। ଦୁର୍ଭାଗ୍ୟ ବଶତଃ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଏବଂ ଚିକିତ୍ସା ଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଈ ଯାଇଥିଲା। ସୁ ମି ତ୍ ର ଗୋଟିଏ ଅଢେଇ ବର୍ଷ ର ପୁଅ ଥିବା ବେଳେ। ବୃତ୍ତି ରେ ସେ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭର ଅଟନ୍ତି। ଅସମୟରେ ମୃତ୍ୟୁବରଣ ସମଗ୍ର ଅଞ୍ଚଳ କୁ ତାଯୁବ କରିବା ସହ ଏକ ଶୋକାକୁଳ ପରିବେଶ ଦେଖା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.