ଆଭାସୀ ମାଧ୍ୟମରେ ଛାତ୍ର ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂଜ୍ୟପୂଜା ଅନୁଷ୍ଠାନ ଆନୁକୁଲ୍ୟରେ ବିଭିନ୍ନ ବର୍ଗ / ଶ୍ରେଣୀର ଛାତ୍ର ଓ ଛାତ୍ରୀଙ୍କୁ ନେଇ ଭାରତ ରତ୍ନ ଆବଦୁଲ୍ କାଲାମଙ୍କ ଜନ୍ମତିଥିରେ ଆଭସି (ଭର୍ଚୁଆଲ) ଆଲୋଚନା ଆବାହକ ତଥା ଅଧ୍ୟକ୍ଷ ଭାଗବତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ (ଗଜପତି) ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାମ୍ପ୍ରତିକ ସମୟରେ ଶିକ୍ଷା ଶିକ୍ଷକ ଶିକ୍ଷାନୁଷ୍ଠାନର ଗୁରୁତ୍ଵ ଏବଂ ମୁଖ୍ୟ ଭୂମିକା ଉପରେ ବିସଦ ଆଲୋଚନା ହୋଇଥିଲା। ପରିଶ୍ରମ , ଚରିତ୍ର ଗଠନ , ସାଧନା , ପୂଜ୍ୟପୁଜା , ନୀୟମାନୁବର୍ତିତା , ଶୃଙ୍ଖଳା କୁ ପାଥେୟ କରି ଯୁବପିଢୀ ନିଜ ସୁନେଲି ସ୍ବପ୍ନକୁ ସଜାଡିବାକୁ ପଡ଼ିବ ବୋଲି ଆଲୋଚକ ଗଣ ବାକ୍ତବ୍ୟ ରଖିଥିଲେ।
ଅଧ୍ୟାପକ ସୌଦାଗର ସିଅ , ଶିକ୍ଷୟତ୍ରୀ ଅଞ୍ଜନା ପଟ୍ଟନାୟକ , ଛାତ୍ର/ଛାତ୍ରୀ ପାୟଲ ପାତ୍ର , ରୂପାଲି ରଥ , ଲଗ୍ନଜିତ୍ ମହାନ୍ତି , ଶ୍ରୀନୁ ମହାପାତ୍ର , ରାଜେଶ୍ୱରୀ ସ୍ୱାଇଁ , ସୂତାପା ମହାନ୍ତି ପ୍ରଭୃତି ଯୋଗଦାନ କରିଥିଲେ। ଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.