“ଉଷାକୋଠୀ” ପର୍ବ ଉଦଯାପିତ : ଶେଷ ଦୁଇ ଦିନରେ ଦୁଇଟି ନାଟକ ମଞ୍ଚସ୍ଥ

0

https://youtu.be/8UL7pLoWUKk

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ବାପୁଜୀ ପେଣ୍ଠ ଗାଁ ରେ ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଥିବା ବହୁ ପୂରାତନ “ଉଷାକୋଠୀ” ପର୍ବ ଉଦଯାପିତ ହୋଇଯାଇଛି।
ଦଶହରା ଦିନ ଠାରୁ ଆରମ୍ଭ ହେଇଥିବା ଏହି ପର୍ବ ଗୁରୁବାର ଭୋର ସମୟରେ ମା ଠାକୁରାଣୀ ନିଳୀମାଙ୍କ ଘଟ କୁ ଗାଁ ନିକଟ ମହେନ୍ଦ୍ରତନୟା ନଦୀ ତଟରେ ଉଦଯାପନ କରାଯାଇଥିଲା । ଦୀର୍ଘ ନଅ ଦିନ ଧରି ଚାଲିଥିବା ଏହି ପର୍ବରେ ବିଭିନ୍ନ ଦିନ ବିଭିନ୍ନ ବେଶ ସହ ବାଲେଶ୍ଵରର ପାଲା ଓ ବଲାଙ୍ଗୀରର ସମ୍ବଲପୁରୀ ବାଜା ଲୋକଙ୍କ ମନ ମୋହିଥିଲା।
ପର୍ବର ଶେଷ ଦୁଇ ଦିନରେ ଗାଁ ର କଳାକାର ମାନଙ୍କ ଦ୍ବାରା ପ୍ରଥମେ “ମଣିଷ ଗଛର ଛାଇ” , ଦ୍ଵିତୀୟ ରଜନୀ ରେ “କାହାଣୀ ଶୁଣିଲେ କାନ୍ଦ ଲାଗୁଛି” ଦୁଇଟି ନାଟକ ମଞ୍ଚସ୍ଥ ହୋଇଥିଲା। ଉଭୟ ନାଟକକୁ ରବୀନ୍ଦ୍ର ନାଥ ମିଶ୍ର ନିର୍ଦ୍ଦେଶନା ଓ ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ। ଉଦଘାଟନୀ ସମାରୋହରେ କମିଟି ସଭାପତି ସୁବାଷ ଚନ୍ଦ୍ର ବିଶ୍ବାଳ , ଦକ୍ଷିଣ ଓଡ଼ିଶା କଳାକାର ସଂଘ ସଚୀବ ରୋସନ ସାହୁ , କମିଟି ବରିଷ୍ଠ ସଦସ୍ୟ ସୁମନ୍ତ ବିଶ୍ବାଳଙ୍କ ସମେତ ଗ୍ରାମର ସରପଞ୍ଚ , ନାଏବ ସରପଞ୍ଚ , ସମିତି ସଦସ୍ୟଙ୍କ ସହ ନିର୍ଦ୍ଦେଶକ ଦ୍ବୟ ଉପସ୍ଥିତ ଥିଲେ।
ଦୁଇ ଗୋଟି ନାଟକ ଗାଁ ର ବରିଷ୍ଠ କଳାକାର ଗଣେଶ ବିଶ୍ବାଳ , ପ୍ରମୋଦ ବିଶ୍ବାଳ , ପ୍ରଭାକର ପ୍ରଧାନ , ରଜତ ଜେନାଙ୍କ ସମେତ ଅନ୍ୟ ଯୁବକ ମାନେ ସୁନ୍ଦର ଅଭିନୟ ମାଧ୍ୟମରେ ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲେ। ଦୀର୍ଘ ବର୍ଷ ପରେ ସୀମାନ୍ତ ଦ୍ଵୀଭାଷୀ ଅଞ୍ଚଳରେ ଓଡ଼ିଆ ନାଟକ ପରିବେଷଣ ହୋଇଥିବାରୁ ଆନ୍ଧ୍ର ରୁ ଆସିଥିବା ଓଡ଼ିଆ ଲୋକେ ମଧ୍ୟ ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.