ଆନ୍ତର୍ଜାତିକ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ ଅବସରରେ ”ନିୟତୀ” ଅନୁଷ୍ଠାନ ପରିସରରେ ଏକ କର୍ମଶାଳା ଓ ସଚେତନତା ଶିବିର ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ରାଣିପେଣ୍ଠ ସ୍ଥିତ ”ନିୟତି” ମାନସିକ ସେବା କେନ୍ଦ୍ର ଠାରେ ଆଡମ୍ବର ସହକାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ ହୋଇଯାଇଛି। ମାନସିକ ଅନଗ୍ରସରତା ଏକ ରୋଗ ନୁହେଁ ବରଂ ଏକ ମଣିଷର ଅନିଚ୍ଛାକୃତ ଦଇବିଦୂର୍ବିପାକ ଅବସ୍ଥା ମାତ୍ର ଏହାର ତତ୍କାଳୀନ ସେବା ଏବଂ ତାଲିମ୍ ଉକ୍ତ ଭିନ୍ନକ୍ଷମଙ୍କୁ ବିଳମ୍ବରେ ଉପଶମ କରିଥାଏ ବୋଲି ଉପସ୍ଥିତ ମଞ୍ଚାସୀନ ବୁଦ୍ଧିଜୀବୀ , ଭୌତିକ ଚିକିତ୍ସକ ପ୍ରଭୃତି ଏହି କର୍ମଶାଳାରେ ବକ୍ତବ୍ୟ ରଖିଥିଲେ। ନିୟତିର ସଂସ୍ଥାପକ ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ ଅଭିଭାବକ ସଚେତନତା କର୍ମଶାଳାକୁ ପରିଚାଳନା କରିଥିଲେ।
ଡ଼ାକ୍ତର ଅରୁଣ ନାୟକ, ଶିଶୁ କଲ୍ୟାଣ ଅଧିକାରୀ ଅଳକା ସାହୁ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ , ସମାଜସେବୀ ଭାଗବତ ପାଢ଼ୀ , ସେବାନିବୃତ୍ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପାଢ଼ୀ , ୟୁ ଟେକ୍ ପରିଚାଳକ ଲୋକନାଥ ମିଶ୍ର , ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ମଞ୍ଚାସୀନ ଥିଲେ ଏବଂ ଏହି ଅଭିଭାବକ କର୍ମଶାଳାକୁ ପଣ୍ଡିତ ନରସିଂହ ଗୌଡ , ତ୍ରିପତି ପ୍ରସାଦ ପଣ୍ଡା , ଶାଶ୍ଵତୀ ବେବର୍ତ୍ତା , ଜୟାମା , ପୂର୍ଣ୍ଣବାସୀ ନାୟକ ପରିଚାଳନା କରିଥିଲେ । ସୂର୍ଯ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.