ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହେଲେ ‘ଆମ ମାହାଙ୍ଗା” ଅଧ୍ୟକ୍ଷ

0

ସାଲେପୁର/ମାହାଙ୍ଗା : ଦେବେନ୍ଦ୍ର ଷଡ଼ଙ୍ଗୀ- ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଶାରଦୀୟ ଅଭିନନ୍ଦନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କଲେଜ ରୋଡ଼ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ ଙ୍କ ସଭାପତିତ୍ବ ରେ ସମ୍ମାନିତ ଅତିଥି ଭାବେ ଆମ ମାହାଙ୍ଗା ସ୍ଵେଛାସେବୀ ସଂଗଠନ ର ଅଧକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି ଯୋଗଦାନ କରି ଆଜିର ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସ୍ୱଛ, ସବୁଜ ପରିବେଶ ସୃଷ୍ଟି କରିବାରେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଏକ ବିପ୍ଳବ ସୃଷ୍ଟି କରିପାରିଥିବା,ଗରିବ ଜନସାଧାରଣ ଙ୍କ ନିକଟରେ ପହଁଚି ସୁଖ ଦୁଃଖ ର ସାଥି ହୋଇ ସାହାଯ୍ୟ ର ହାତ ବଢ଼େଇବା, ସହରରେ ରହିଲେ ମଧ୍ୟ କଳା, ସଂସ୍କୃତିସମ୍ପନ୍ନ ମାହାଙ୍ଗା ମାଟି ରେ ବିଭିନ୍ନ ସମାଜସେବା କାର୍ଯ୍ୟ କରିବା ରେ ଉଲ୍ଲେଖନିୟ ଅବଦାନ ପାଇଁ ସୁନାମ ଅର୍ଜନ କରିପାରିଥିବା ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନ ର ଅଧକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଲେପୁର ପଂଚାୟତ ସମିତି ଅଧକ୍ଷ ରାମଚନ୍ଦ୍ର ଭୋଇ, ଅତିଥି ଭାବେ ସାଲେପୁର ତହସିଲଦାର ଶିବ ମଲିକ, ମୁଖ୍ୟଵକ୍ତା ଭାବେ ସାଲେପୁର ଏସଡିପିଓ ବିମଳ ବାରିକ ଯୋଗଦାନ କରି ଏହିଭଳି କାର୍ଯ୍ୟ ଆୟୋଜନ କରିଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ l ସଂଘର ସମ୍ପାଦକ ସାମ୍ବାଦିକ ହୃଷିକେଶ ମଲିକ ଓ ମନୋଜ ଅଚାର୍ଯ୍ୟ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସାମ୍ବାଦିକ ଭାଇ, ପୂଜା କମିଟିର କର୍ମକର୍ତା ମାନେ ଯୋଗଦାନ କରିଥିଲେ l

Leave A Reply

Your email address will not be published.