ସମାନ ସ୍ଥାନରେ ପୁନଃ ନୂତନ ଦୋକାନ ଗୃହ ନିର୍ମାଣକୁ ବିରୋଧ

0

ତହସିଲଦାରଙ୍କୁ ଦାବିପତ୍ର ଦେଲେ ଆଞ୍ଚଳିକ ବିକାଶ ପରିଷଦ

ଓଡ଼ଗାଁ: ଓଡ଼ଗାଁ ଶ୍ରୀ ଶ୍ରୀରଘୁନାଥ ଜିଉଙ୍କ ସାମ୍ନାରେ ଦୋକାନ ଘରକୁ ଭାଙ୍ଗି ପୁନର୍ବାର ଦୋକାନ ଘର ନିର୍ମାଣ ନକରିବାକୁ ଆଞ୍ଚଳିକ ବିକାଶ ପରିଷଦ ବିରୋଧ କରିଛି। ଏହି ମର୍ମରେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପରିଷଦ ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି | |
ସୂଚନାଯୋଗ୍ୟ ଯେ, ଶ୍ରୀରଘୁନାଥ ଜିଉଙ୍କ ସାମ୍ନା ରାସ୍ତାରେ ୧୯ରୁ ୨୦ ଦୋକାନଘର ରହିଥିଲା । ନୂତନ ଭାବେ ନିର୍ମାଣ ପାଇଁ ମନ୍ଦିର ପ୍ରଶାସନ ସେସବୁକୁ ଭାଙ୍ଗିଛି । ତେବେ ପ୍ରଶାସନ ସମାନ ସ୍ଥାନରେ ପୁନଃ ନୂତନ ଦୋକାନ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରୁଥିବାରୁ ଏହାକୁ ଆଂଚଳିକ ବିକାଶ ପରିଷଦ ବିରୋଧ କରିଛି। ଏଠାରେ ଦୋକାନ ନିର୍ମାଣ ଦ୍ବାରା ମନ୍ଦିରର ସୈୖାନ୍ଦର୍ଯ୍ୟ ନଷ୍ଟ, ଯାନବାହାନ ଚଳାଚଳ କରିବାରେ ବାଧାଉପୁଜିବା ଏବଂ ଦୁର୍ଘଟଣା ଘଟିବ। ଏଥିସହିତ ବିଭିନ୍ନ ପର୍ବ ପର୍ବାଣିରେ ଗହଳିଲାଗି ରହିବା ଯୋଗୁ ଯିବାଆସିବାରେ ଅସୁବିଧା ହେବ।ଏସବୁକୁ ଦୃଷ୍ଟିରେ ରଖି ଏଠାରେ ପୁନଃ ଦୋକାନଘର ନିର୍ମାଣ ନ କରିବାକୁ ପରିଷଦ ଦାବିକରିଛି। ଦୋକାନ ଘରକୁ ବିରୋଧକରି ସୋମବାର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏକରାଲି ମନ୍ଦିର ପରିସରରୁ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା।ଦୋକାନ ଘର ନିର୍ମାଣ ପ୍ରସଙ୍ଗ ବନ୍ଦକରିବା ଏବଂ ଦେବୋତ୍ତର ଜାଗାକୁ ଅକ୍ତିଆର କରିଥିବା ଖଲି ଗଉଡ଼ଙ୍କ ଠାରୁ ଉଚ୍ଛେଦକରିବା ଆଦିରେ ନାରାବାଜି ଦେଇଥିଲେ। ଉପଜିଲ୍ଲାପାଳ ବିଗତ ଦିନରେ ଦେବୋତ୍ତର ଜାଗା ଅକ୍ତିଆର କରିଥିବା ବ୍ୟକ୍ତିଙ୍କୁ ଉଚ୍ଛେଦ କରିବାକୁ ଚିଠି କରିଥିଲେ ମଧ୍ୟ ତାହା ଏକ ପ୍ରହସନ ଥିଲାବୋଲି କହିଛନ୍ତି।ତେଣୁ ମନ୍ଦିରର ବିକାଶ ଏବଂ ସୈୖାନ୍ଦର୍ଯ୍ୟ ନଷ୍ଟକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଞ୍ଚଳିକ ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ସାହୁ କହିଛନ୍ତି। ଏନେଇ ଉପ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ତହସିଲଦାର ବିଜୟୀତା ସାମନ୍ତସିଂହାରଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତା ୨୦ତାରିଖ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାନଗଲେ ପରିଷଦ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।

Leave A Reply

Your email address will not be published.