ପଦ୍ମପୁର-ପିଲାଟି ଦିନରୁ ଜନ୍ମାନ୍ଧ ହୋଇ କେବେ ହାର ମାନି ନଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସତିଭଟା ଗ୍ରାମର ପ୍ରଧ୍ୟାପକ ରବିରଞ୍ଜନ ପ୍ରଧାନ ମାତା ଜୟନ୍ତୀ ପ୍ରଧାନ ଙ୍କ ପୁତ୍ର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ଓଡ଼ିଶା ପ୍ରଶାସନୀକ ସେବା ୨୦୨୦ ରେ ୨୯୨ ରେଙ୍କ୍ ରେ କୃତକାର୍ଯ୍ୟ ହୋଇ ପଦ୍ମପୁର ଅଞ୍ଚଳ ପାଇଁ ଗର୍ବ ଓ ଗୈାରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ.କମ ।ସେ ବର୍ତ୍ତମାନ ରେଭେନ୍ସା କଲେଜ ରେ ପି.ଏଚ.ଡି କରୁଛନ୍ତି ।ଶ୍ରୀ ପ୍ରଧାନ ଭୀମ ଭୋଇ ଅନ୍ଧ ବିଦ୍ୟାଳୟ ରୁ ଶିକ୍ଷକତା ଆରମ୍ଭ କରିଥିଲେ ।ବାପା ରବିରଞ୍ଜନ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ବୋଡ଼େନ କଲେଜ ରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ।୨୦୧୮ ମସିହାରେ ଇଣ୍ଡୋନେସିଆ ରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ପାରାଗେମ ରେ କୃତିତ୍ୱ ହାସଲ କରି ରୈାପ୍ୟପଦକ ହାସଲ କରିବାରେ ସକ୍ଷମ ହୋଇ ଭାରତ ତଥା ଓଡ଼ିଶା ରାଜ୍ୟ ପାଇଁ ଗୈାରବ ଆଣିଥିଲେ ।ସେ ସମୟ ରେ ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ଙ୍କ ଠାରୁ ସେ ସମ୍ମାନୀତ ହୋଇଥିଲେ ।ଗୀତ ଗାଇବା,ପାଠ୍ୟପୁସ୍ତକ ଅଧ୍ୟୟନ ସହ ବିଭିନ୍ନ ମାଗିଜିନ ପଢ଼ିବା,ଚେସ ଖେଳିବା ତାଙ୍କର ଋଚୀ ।ପିଲା ମାନଙ୍କୁ ଚେସ ଖେଳ ଶିଖାଇବା ତାଙ୍କର ସଉକ ।ଚେସ ଖେଳ ସମ୍ପର୍କରେ ସେ ବର୍ତ୍ତମାନ ଗବେଷଣାରତ ।ପ୍ରଶାସନୀକ ସେବାରେ ଯୋଗଦାନ କଲାପରେ ଅସହାୟ ବିକଳାଙ୍ଗ ମାନଙ୍କ ପାଇଁ ଆସୁଥିବା ସମସ୍ତ ସରକାରୀ ସୁବିଧା ଠିକଭାବେ କିଭଳି ସେମାନଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ମୁଁ ଉଦ୍ୟମ କରିବା ସହ ଜନସାଧାରଣ ଙ୍କ ସେବାରେ ସବୁବେଳେ କର୍ତ୍ତବ୍ୟ କରି ଚାଲିବି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।ଶାସକପ୍ରଶାସକ ପରିବାର ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post