ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ସାର୍ବଜନୀନ ଦୂର୍ଗା ପୂଜା ଅବସରରେ ମନୋରଂଜନ ଉଦେଶ୍ୟରେ ସପ୍ତାହ ବ୍ୟାପି ଚାଲିଥିବା ରାମଲିଲା ଏବଚ ରାବଣ ଦରବାର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ରଙ୍ଗମଂଚର ଖଳନାୟକ ରାବଣର ବଧ ସହ କାର୍ଯ୍ୟକ୍ରମର ସମାପ୍ତ ଘଟିଛି । ସପ୍ତାହ ବ୍ୟାପି ମହାପ୍ରତାପି ରାବଣ ଦୌରାତ୍ମ୍ୟରେ ମେଲଛାମୁଣ୍ଡା ଅଂଚଳ ଥରହର ହୋଇଉଠିଥିଲା । ପ୍ରତ୍ୟେକ ସଂଧ୍ୟାରେ ରାବଣ ମହାରାଜାଙ୍କ ନିର୍ଦେଶରେ ଦରବାରରେ ରଙ୍ଗଶାଳାର ଆୟୋଜନ କରାଯାଇଥିଲା । ପ୍ରତ୍ୟେହ ସଂଧ୍ୟାରେ ଅଂଚଳର ଜନ ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଆମନ୍ତ୍ରୀତ ଅତିଥି ଭାବେ ଯୋଗଦେଇଥିଲେ । ମହାନବମୀ ସଂଧ୍ୟାର ରଙ୍ଗଶାଳାରେ ଆମନ୍ତ୍ରୀତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ଠାକୁର ପ୍ରସାଦ ପଣ୍ଡା ଏବଂ ଜିଲ୍ଳା ପରିଷଦ ସଭ୍ୟଙ୍କ ପ୍ରତିନିଧି ଅନିରୁଦ୍ଧ ରଣା ଯୋଗଦେଇ ନିଜ ଅଂଚଳରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟସବୁର ହିସାବ ମହାରାଜ ରାବଣଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ । ମହାରାଜ ଉଭୟଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶକରି ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଉପସ୍ଥିତ ଦର୍ଶନ ମନଭରି ଉପଭୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post