ଭଦ୍ରକ : ବନ୍ୟା ପ୍ଲାବିତ ଅଂଚଳ ବୁଲି ଦେଖିଲା ଜିଲ୍ଲା କଂଗ୍ରେସ ଟିମ୍:ସହାୟତା ଯୋଗାଇବାକୁ ଦାବି

0

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) – ଲଘୁଚାପ ଜନିତ ବର୍ଷା ଓ ହଦଗଡ ଡ୍ୟାମରୁ ନିଷ୍କାସିତ ଜଳର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ସୃଷ୍ଟ ବନ୍ୟା ପରିସ୍ଥିତି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ବୁଲି ଦେଖିଛି । ବନ୍ୟା ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପିସିସି ସମ୍ପାଦକ ଗୁଲାମ ମଇଉଦ୍ଧିନ, କାଉନସିଲର ଅତୁଲ୍ୟ ନାୟକ, ସେକ୍ ସମ୍ଦାନୀ, ଜିଲ୍ଳା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ସେକ୍ ସିରାଜୁଦ୍ଧିନ, ଜ୍ୟୋତ୍ସ୍ନାରାଣି ପତି, ଦିପୁନ ପଣ୍ଡା, ଲକ୍ଷ୍ମୀପ୍ରିୟା ଜେନା, ବୁଗ୍ଦାଦ୍ ଖାଁ ପ୍ରମୁଖ  ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ । ଏହି ଟିମ୍ ଓଲଙ୍ଗ ପଞ୍ଚାୟତର ଗୋବିନ୍ଦପୁର,ବାଉଦପୁର, ପୌରପାଳିକାର ୨୭ ନଂ ୱାର୍ଡର କାଜି ମହଲା, ୨୮ ନଂ ୱାର୍ଡର ଧନାଟୋଲା, ନୂଅନଗର, ନୂଆସାହି, ୨୧ ନଂ ୱାର୍ଡର ଶଙ୍କରପୁର ତଳସାହି, ୨୯ ନଂ ୱାର୍ଡର ଭୁୟାଁ ମହଲା, ଦୁର୍ଗାପୁର, ୧୮ ନଂ ୱାର୍ଡର ପାଟଣାସାହି, ଉର୍ଧ୍ଵ ଉଦ୍ଧ୍ୱର୍ ସମୟ ଧରି ଲୋକେ ପାଣି ଘେରରେ ରହିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପାଖରେ ନ ପହଂଚିବା  ନେଇ ଶ୍ରୀ ମହାନ୍ତି କ୍ଷୋଭ ପ୍ରକଟ କରିଥିଲୋ ତୁରନ୍ତ ପ୍ରଶାସନ ସେମାନଙ୍କୁ ସହାୟତା ଯୋଗାଇବା ସାଙ୍ଗକୁ ଜଳ ନିଷ୍କସାନର ସୁବନେ୍ଦାବସ୍ତ କରିବାକୁ ସେ ଦାବି କରିଛନ୍ତି । ଅନ୍ୟମାନÿଙ୍କ ମଧ୍ୟରେ ପିଙ୍କୁ ଚକ୍ରବର୍ତ୍ତୀ, ହାକିମୁଦ୍ଧିନ, ମନୋଜ କୁମାର ପତି, ସେକ୍ ସାଜୁ, ଧନେଶ୍ୱର ବେହେରା, କୁଳମଣି ଜେନା, ସୋମନାଥ ସେଠୀ, ବାରୀ ଖାଁ, ଲାଲା ଭାଇ ପ୍ରମୁଖ ସାମିଲ ଥିଲେ ।  

Leave A Reply

Your email address will not be published.