ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ରାଗାଂପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ପରେ ଗତ ସେପ୍ଟେମ୍ବର ୩୦ ତାରିଖରେ ପ୍ରଶାସନ ତରଫରୁ ଘୁ.ଉଦୟଗିରି ଶ୍ରୀରାମପଦା ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଠାରେ ନାବାଳିକାକୁ ରଖାଯାଇଥିଲା I ଗତ କାଲି ସକାଳୁ ଅର୍ଥାତ ୫/୧୦/୨୦୨୨ ତାରିଖ ଦିନ ନାବାଳିକାର ପ୍ରସବ ଯନ୍ତ୍ରଣା ଆସିବା ପରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଣାଯାଇଥିଲା I ସେଠାରେ ନାବାଳିକା ଜଣକ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ଥିଲା I ଏନେଇ ଥାନାରେ ୦୭/୨୦୨୨ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ମୃତ ଶିଶୁ ପୁତ୍ରର ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇଥିବା ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ସୂଚନା ଦେଇଥିଲେ I ତେବେ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଲା ତାହାର ସଠିକ୍ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି I ଗତକାଲି ରାତ୍ର ଅର୍ଥାତ ୬/୧୦/୨୦୨୨ ତାରିଖ ବିଳମ୍ବିତ ରାତି ୧୧.୪୫ ରେ ନାବାଳିକାର ମୃତ୍ୟୁ ଘଟିଥିଲା I ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କେଉଁ କାରଣରୁ ଉକ୍ତ ନାବାଳିକାର ମୃତ୍ୟୁ ଘଟିଲା ସେଥିପାଇଁ କିଏ ଦାୟୀ ତାହା ତଦନ୍ତ ସାପେକ୍ଷ ବୋଲି ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି I ସାମାନ୍ୟ ଥଣ୍ଡା କିମ୍ବା କାଶର ଚିକିତ୍ସା ପାଇଁ ସ୍ଥାନୀୟ ଲୋକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗଲେ ତାଙ୍କୁ ସିଧାସଳଖ ଫୁଲବାଣୀ ସଦରମହାକୁମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଉଛି I ହେଲେ ମୃତ ନବଜାତ ଶିଶୁକୁ ଜନ୍ମ ଦେବା ପରେ ମୃତ୍ୟୁ ସପ୍ତମ ଶ୍ରେଣୀ ଗର୍ଭବତୀ ଛାତ୍ରୀଙ୍କୁ କାହିଁକି କଟକ କିମ୍ବା ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାନଯାଇ ଗୁପ୍ତ ଭାବରେ ଘୁ.ଉଦୟଗିରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉ ଥିଲା ? ଏହା ସ୍ଥାନୀୟ ଜନତାଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ପ୍ରଶାସନ ଜାଣତରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିବା ଓ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା କି ? ଜିଲ୍ଲା ଶିଶୁ ସୁରକ୍ଷା ବା ଚାଇଲ୍ଡ ଲାଇନ ପକ୍ଷରୁ ନାବାଳିକାର ଚିକିତ୍ସା କ୍ଷେତ୍ରରେ ଅବହେଳା କରାଯାଇ ଥିଲା କି ? ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି I ଏହି ଘଟଣାକୁ ନେଇ ବେଲଘର ଅଚଂଳରେ ଚାପା ଉତେଜନା ଲାଗି ରହି ଥିବା ସୂଚନା ମିଳିଛି I ଏହି ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଚଂଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି I
Sign in
Sign in
Recover your password.
A password will be e-mailed to you.
Prev Post