ଦୁଃଖଦ ସମୟରେ ସମବେଦନା ଜଣାଇବା ପାଇଁ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ନିକଟରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ

0

ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ- ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଦୁଃଖଦ ସମୟରେ ପରିବାରବର୍ଗ ଙ୍କ ନିକଟରେ ପହଁଚି ଗଭୀର ଶୋକବ୍ୟକ୍ତ ପ୍ରକାଶ କରିଛନ୍ତି l ସୂଚନାଯୋଗ୍ୟ କି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟିକଟା ଗ୍ରାମ ପଞ୍ଚାୟତ ରେ ବିଦ୍ୟୁତ୍ ଆଘାତରେ ବିଦ୍ୟୁତ କର୍ମଚାରୀ ଆଶୁତୋଷ ମହାନ୍ତି ମଙ୍ଗଳବାର ଦିନ ମୃତ୍ୟବରଣ କରିଥିଲେ, ସେହିପରି ଭାବେ ଜମରା ଗ୍ରାମପଞ୍ଚାୟତ କମଳପୁର ଗ୍ରାମର  ଆଡଭୋକେଟ ମହେନ୍ଦ୍ର କୁମାର ଜେନା ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟବରଣ କରିଥିଲେ ଏବଂ ଗୁରୁବାର ଦିନ ତରତ ଗ୍ରାମ ପଞ୍ଚାୟତ ର ଚନ୍ଦ୍ରିକା ମହାନ୍ତି ଙ୍କ ସାପ କାମୁଡାରେ ମୃତ୍ୟୁ ବରଣ ଘଟିଥିଲା l

ଏହି  ଖବର ପାଇଲା ପରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କଟିକଟା, ତରତ, ଜମରା ତିନୋଟି ପଞ୍ଚାୟତର ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଁଚି ଗଭୀର ସମବେଦନା ଜଣାଇବା ସହିତ ଅମର ଆତ୍ମା ର ସଦଗତି ପାଇଁ ମହାପ୍ରଭୁ ଙ୍କ ନିକଟରେ କାମନା କରିଛନ୍ତି l ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ସମାଜସେବୀ ହିମାଂଶୁଶେଖର ମହାନ୍ତି, ବ୍ରଜମୋହନ ପଣ୍ଡା, ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଜିଲ୍ଲା ପରିଷଦ ଭୂପତିଭୁଷଣ ଷଣ୍ଡ,କଟିକଟା ସରପଞ୍ଚ ଚିତ୍ତରଞ୍ଜନ ମଲିକ, ତରତ ସରପଞ୍ଚ ଙ୍କ ପ୍ରତିନିଧି ପ୍ରମୋଦ କୁମାର ପରିଡା, ସମିତିସଭ୍ୟ ଙ୍କ ପ୍ରତିନିଧି ଦିବ୍ୟଲୋଚନ ପଣ୍ଡା, ଜମରା ସମିତିସଭ୍ୟ ମେନକା ବଳ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳ କର୍ମୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ  l ତେବେ ଏଭଳି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି l

Leave A Reply

Your email address will not be published.