ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଟଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଞ୍ଜାମୁରା ବକ୍ସିବଜାର ସାହିର ଗଗନ ନାଏକ (୫୧) ଭାଲୁ କାମୁଡ଼ାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ,ଗଗନ ଛେଳି ଚରାଇବାକୁ ଗ୍ରାମ ଠାରୁ ପ୍ରାୟ ୨କି.ମି. ଦୂର ଜଙ୍ଗଲକୁ ଯାଇଥିଲା ।ତେବେ ଛେଳି ଚରାଉଥବା ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ୨ଗୋଡ଼ ସମେତ ଡ଼ାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ତେବେ ଭାଲୁଟି ଗଗନଙ୍କୁ କ୍ଷତବିକ୍ଷତ କରୁଥିବା ବେଳେ ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ଗ୍ରାମର ଅନ୍ୟ କେତେଜଣ ବ୍ୟକ୍ତି ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ଫଳରେ ଭାଲୁଟି ସେଠାରୁ ପଳାଇ ଯାଇଥିଲା । ଏହାପରେ ସେହି ବ୍ୟକ୍ତିମାନେ ଗୁରୁତର ଅବସ୍ଥାରେ ଗଗନଙ୍କୁ ନିଜ ଘରକୁ ବୋହି ଆଣିଥିଲେ। ତେବେ ବାଟଗାଁ ଫରେଷ୍ଟର ଅନୀଲ କୁମାର କିସାନ ଏ ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ସଦଳବଳେ ଘଟଣା ସ୍ଥଳରେ ପହଁଞ୍ଚି ଆହତଙ୍କୁ ନିଜର ସରକାରୀ ଗାଡ଼ିରେ ଆଣି ଚିକିତ୍ସା ପାଇଁ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.