ବାସୁଦେବପୁର/ପ୍ରତାପ ପାଢ଼ୀ-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣୀ ରାଉତରାୟ ଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ବାସୁଦେବପୁର ବିଜୁଜନତା ଦଳ ତରଫରୁ ପାଳିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଜୁଜନତା ଦଳର ସଭାପତି ଦୀନବନ୍ଧୁ ଦାସ, ବିଧାୟକ ପ୍ରତିନିଧି ଅସିତି ଦାସ, ଛାତ୍ର ସଭାପତି କାଳନ୍ଦୀ ସାହୁ , ନଗର ସଭାପତି ଶ୍ୟାମ ସୁନ୍ଦର ମହାନ୍ତି,ଯୁବ ବିଜେଡ଼ି ବ୍ଲକ୍ ସଭାପତି ଜଗବନ୍ଧୁ ଖିଲାର, ନଗର ଯୁବ ସଭାପତି ମାନସ ସାହୁଏବଂ ବରିଷ୍ଟ ନେତ୍ରୁ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ରହି ସର୍ବ ପ୍ରଥମେ ତିଳତର୍ପଣ, ତା ପରେ ନୀଳମଣୀ ରାଉତରାଏ ଙ୍କ ପ୍ରତିମୂତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ ଏବଂ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.