ମହାଯାତ୍ରାରେ ବିଜୟ ରଞ୍ଜନ : ପ୍ରିୟ ନେତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜନତା

0

https://youtube.com/watch?v=-vKTc_PMIH0&feature=share

ଶେଷ ଦର୍ଶନ କଲେ ସାଧାରଣ ଓ ବିଶେଷ ବ୍ୟକ୍ତି

ବରଗଡ଼ :- ଵୋଡାସମ୍ବର ମାଟିର ସ୍ୱାଭିମାନ , ଗର୍ବ ,ଗୌରବ , ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କ ପାର୍ଥିବ ଶରୀର କୁ ଆଜି ସକାଳ ନିର୍ଦ୍ଧାରିତ ନଅ ଘଣ୍ଟା ସମୟରେ ପଦ୍ମପୁର ବିଜୁ ଜନତା ଦଳର ଅଫିସ ରୁ ବାହାର କରାଯାଇ ହଜାର ହଜାର ଲୋକଙ୍କ ଗହଣରେ ଅନ୍ତିମ ଯାତ୍ରାରେ ନିଆଯାଇଛି । ଗତ କାଲି ସନ୍ଧ୍ୟା ସମୟରେ ବିଜୟ ବାବୁ ଙ୍କର ପାର୍ଥିବ ଶରୀର ପଦ୍ମପୁର ପହଂଚିବା ପରଠାରୁ ଆଜି ସକାଳ ପର୍ଯନ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ମନ୍ତ୍ରୀ , ବିଧାୟକ, ସାଂସଦ , ପୂର୍ବତନ ସାଂସଦ , ପୂର୍ବତନ ବିଧାୟକ ଙ୍କର ସମେତ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ଅନେକ ଦଳୀୟ କର୍ମକର୍ତା , ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ନିଜ ପ୍ରିୟ ନେତା ବିଜୟ ବାବୁ ଙ୍କର ଅନ୍ତିମ ଦର୍ଶନ କରିଥିଲେ । ନିଜର ସ୍ୱାଭିମାନ , ଦୃଢ଼ ନିଷ୍ପତ୍ତି , ସାଲିସ ବିହୀନ ମନ୍ତବ୍ୟ , ନିଃସ୍ୱାର୍ଥପର ଜନସେବା , ପାଇଁ ବିଜୟ ବାବୁ ସବୁ ଦିନ ପାଇଁ ଅମର ହୋଇ ରହିବେ । ଶୋକକୁଳ ପରିବେଶ , ଅଶ୍ରୁଭରା ନୟନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ନିଜର ପ୍ରିୟ ମଣିଷକୁ ସବୁଦିନ ପାଇଁ ବିଦାୟ ଜଣାଇଛି ।

Leave A Reply

Your email address will not be published.