ବରୁଣସିଂ ପଂଚାୟତର ଦୁଇଟି ସ୍କୁଲର 5T କାର୍ଯ୍ୟ ନେଇ ସମୀକ୍ଷା ବୈଠକ

0

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମ ପଂଚାୟତର ଦୁଇଟି ହାଇସ୍କୁଲର 5T ଏବଂ ମୋ ସ୍କୁଲ କାର୍ଯ୍ୟ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଜି ଅନୁଷ୍ଠିତ ବୈଠକରେ ପଂଚାୟତ ଅଧୀନରେ ଥିବା ନୀଳଗିରି ରୋଡ ଦାଶରଥୀ ହାଇସ୍କୁଲ ଏବଂ ଟିଣ ମଣ୍ଡଙ୍ଗା ହାଇସ୍କୁଲର ଭିତ୍ତିଭୂମି ସୁଦୃଢୀକରଣ ଓ ଅନ୍ୟାନ ଉନ୍ନତି କରଣ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା I

ନୀଳଗିରି ରୋଡ ଦାଶରଥୀ ହାଇସ୍କୁଲର 5T କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଆଉ କ’ଣ ସବୁ ଆନୁସଙ୍ଗିକ ବିକାଶ ମୂଳକ ସ୍କୁଲରେ କରାଯାଇ ପାରିବ ସେଥିନେଇ ପୁରାତନ ଛାତ୍ର ସଂସଦ ଏବଂ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା I ସେହିପରି ଟିଣ ମଣ୍ଡଙ୍ଗା ହାଇସ୍କୁଲର 5T କାର୍ଯ୍ୟ ଶୀଘ୍ର ଆରମ୍ଭ ନେଇ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା I ଏହି ସ୍କୁଲ ଦୁଇଟି ସ୍କୁଲ ସହିତ ଅଞ୍ଚଳର ବହୁ ଐତିହ୍ୟ ଜଡ଼ିତ ହୋଇ ରହିଥିବାରୁ ଗ୍ରାମବାସୀ, ଜିଲ୍ଲା ପ୍ରଶାସନ ଏବଂ ପୁରାତନ ଛାତ୍ରସଂସଦ ସହଯୋଗରେ ଏହାକୁ କିପରି ବଞ୍ଚାଇ ରଖି ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ପାରିବ ସେଥିନେଇ ବୈଠକରେ ମତପ୍ରକାଶ ପାଇଥିଲା I

ଏଥି ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଏବଂ ସ୍କୁଲର ଶୈକ୍ଷିକ ବାତାବରଣର ସୁଦୃଢୀକରଣ ଉପରେ ଆଲୋଚନା ହୋଇଥିଲା I ଆଜିର ବୈଠକକୁ ନୀଳଗିରି ରୋଡ ଦାଶରଥୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଗୋପବନ୍ଧୁ ଦାସ ପରିଚାଳନା କରିଥିବା ବେଳେ ବରୁଣସିଂ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଶାନ୍ତା ଦାସ ପିଲାଙ୍କ ପିଲାଙ୍କ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ବଡ଼ ସ୍ବପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ବିଷୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ I ବୈଠକର ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ମେଣ୍ଟର ଶ୍ରୀ କୈଳାଶ ଚନ୍ଦ୍ର ଦାସଙ୍କ ସମେତ ସରପଞ୍ଚ ଶ୍ରୀମତୀ ଝିଲିଶ୍ରୀ ମହାଲିକ, ପୁରାତନ ଛାତ୍ରସଂସଦର ସଭାପତି, ସମ୍ପାଦକ, ସ୍ଥାନୀୟ ଜନପ୍ରତିନିଧି ଏବଂ ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ I

Leave A Reply

Your email address will not be published.