ପ୍ରଦିପଦଲାଇ ଙ୍କ ରିପୋର୍ଟ/ ଆଜି ଏକ ଗୌରବମୟ ଅତୀତକୁ ମନେ ପକାଇବା ସହିତ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ହୋଇଛି ମେଢ ଓ ମଣ୍ଡପ। ଆକର୍ଷଣୀୟ ତୋରଣ ସହିତ ମାଆଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦେଖଣାହାରୀ, ଭକ୍ତ-ଶ୍ରଦ୍ଧାଳୁଙ୍କୁ ଭାବଭକ୍ତିରେ ତଲ୍ଲୀନ କରିଦେଉଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ମାର୍କେଟ ର ଦେବୀ ଦୁର୍ଗା ମା ଙ୍କ ଅଷ୍ଟମୀ ପୂଜା ଆରମ୍ଭ ହୋଇଥିବାବେଳେ ଦୁର୍ଗାପୂଜା କମିଟି ତରଫରୁ ଏଥର ଆକର୍ଷଣୀୟ ମୂର୍ତ୍ତି ସହିତ ମେଢ ଓ ମଣ୍ଡପ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ଶାରଦୀୟ ପାର୍ବଣ ଋତୁରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇ ଶକ୍ତି ସ୍ୱରୂପିଣୀ ଜଗତ୍ ଜନନୀ ମୃଣ୍ମୟୀ ଦେବୀ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଛନ୍ତି। ମା ଦୁର୍ଗାଙ୍କ ପୂଜା ଆରାଧନା ରେ ଉତ୍ସବ ମୁଖର ହୋଇ ଉଠିଛି। ଦେବୀଙ୍କ ପୂଜା, ହୋମ, ଚଣ୍ଡିପାଠ ମନ୍ତ୍ର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଛି। କଳସ ଯାତ୍ରା ପରେ ଶାକ୍ତ ପରମ୍ପରା ଅନୁସାରେ ନବପତ୍ରିକା ପ୍ରବେଶ, ମହାସପ୍ତମୀ ପୂଜା, ମଣ୍ଡଳ ପୂଜା ଏବଂ ଭାଇଜିଉଁନ୍ତିଆ ପୂଜା ବ୍ରତ ଆଜି ସମ୍ପନ୍ନ ହୋଇଛି। ମୃଣ୍ମୟୀ ଦେବୀଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିବାକୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଲାଗିଥିବାର ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.