ଏଇ ସହକାର, ପୂଜା ସଂଖ୍ୟା ଲୋକାର୍ପିତ

0

କୃଷ୍ଣପ୍ରସାଦ: ମାନସିଂହ ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ଇ-ପତ୍ରିକା “ଏଇ ସହକା”, ପୂଜା ସଂଖାକୁ ମୁଖ୍ୟ ଅତିଥି ସାହିତ୍ୟିକ ଶ୍ରୀଯୁକ୍ତ ବିପିନବିହାରି ଦଳାଇ ଉନ୍ମୋଚନ କରିଛନ୍ତି । ଉନ୍ମୋଚିତ ଉତ୍ସବରେ ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ପତ୍ରିକାର ଗୁଣାତ୍ମକ ମାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସଭା ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ । ସମ୍ମାନିତ ଅତିଥି ଡକ୍ଟର ଲଷ୍ମୀନାରାୟଣ ଦାଶ ଓ ଶ୍ରୀମତୀ ଜୟନ୍ତୀ ବେହେରା କବିତାଗୁଡିକୁ ସୁନ୍ଦର ଭାବରେ ସମୀକ୍ଷା କରିଥିଲେ । ସହୃଦୟତା ଓ ଅନୁଭବରୁ ସାହିତ୍ୟର ସୃଷ୍ଟି ହୁଏ କହି ସମ୍ବୋଧନ କରିଥିଲେ ଉନ୍ମୋଚକ ଶ୍ରୀଯୁକ୍ତ ଦଳାଇ । ବିଦ୍ୟାଧର ଦଳବେହରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅତିଥି ବନବିହାରି ପଟ୍ଟନାୟକ, ବିଘ୍ନେଶ୍ବର ସାହୁ, ଡ଼ଃ ରମାକାନ୍ତ ନାୟକ ନିଜର ବକ୍ତବ୍ୟ ରଖିଥିଲେ। ଚିଲିକା ଭିତରେ ଥିବା ନନ୍ଦଳାରୁ ପ୍ରକାଶିତ ଏଇ ସହକାର ତାର ସୁମଧୁର ବାସ୍ନାରେ ଓଡିଶାକୁ ମହକିତ କରିବାର ଆଶା ପୋଷଣ କରିଥିଲେ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ ।

Leave A Reply

Your email address will not be published.