ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।
ଆୟୋଜିତ ଏହି ଶିବିରରେ ପ୍ରାଧିକରଣ ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିବା ସଙ୍ଗେ ସଙ୍ଗେ ଏହି ଦିବସର ଆବଶ୍ୟକତା ଓ ଭାରତ ପରି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ବୟୋଜଷ୍ଠଙ୍କ ପାଇଁ ସମାଜର ଥିବା ଦାୟିତ୍ବର ପରିଭାଷା କିପରି ସମୟ କ୍ରମେ ପରିବର୍ତ୍ତନ ହୋଇଯାଇଛି ସେ ଉପରେ ଗୁରୁତ୍ୱାରୋପ କରିଥିଲେ।
ସମ୍ମାନୀତ ଅତିଥି ରୂପେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ମାନସ କୁମାର ପଣ୍ଡା , ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା , ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରା , ଓକିଲ ସଂଘ ସଭାପତି ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ , ବରିଷ୍ଠ ଓକିଲ ଶ୍ରୀ ହୀରାଚାନ୍ଦ ପଟ୍ଟନାୟକ , ସଭାପତି ବରିଷ୍ଠ ନାଗରିକ ମଞ୍ଚ ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ସମେତ ପ୍ରମୁଖ ଓକିଲ ବୃନ୍ଦ ଏବଂ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ଥିଲେ।
ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମସ୍ତ କାର୍ଯ୍ୟକୁ ଆୟୋଜନ କରିଥିଲେ।
ଆୟୋଜିତ ଏହି ସଚେତନତା ଶିବିରରେ ପ୍ରମୁଖ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରାୟୋଜିତ ୨୦୧୬ ମସିହା ବୃଦ୍ଧ ବୃଦ୍ଧା ପାଇଁ ଯୋଜନା ମାନ ଓ ବିଭିନ୍ନ ସରକାରୀ ଆଇନ ପ୍ରାଧିକରଣ ତରଫରୁ ଯୋଗାଇ ଦେଉଥିବା ମାଗଣା ଆଇନ ସେବା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରାଯାଥିଲା ଏବଂ ବରିଷ୍ଠ ନାଗରିକ ପାଇଁ ରହିଥିବା ଆଇନ ଧାରା , ୨୦୦୭ ସହିତ ବିଭିନ୍ନ ସରକାରୀ ଯୋଜନା ତଥା ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧ ପେନସନ ଯୋଜନା ଇତ୍ୟାଦି ବିଷୟରେ ବୁଝାଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ କର୍ମଚାରୀ ମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post