ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଭାରତ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା ୨୦୨୨ରେ ଭାଗ ନେଇ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ମୋହନା ବ୍ଳକ ଅଡ଼ବା ଗ୍ରାମର ଛାତ୍ରୀ ସୁଶ୍ରୀ ଇତିଶ୍ରୀ ପଣ୍ଡାଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କା ଦେଇ ସମ୍ମାନୀତ କରିଛନ୍ତି।
ଉକ୍ତ ଛାତ୍ରୀଟିର ବାପା ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଜଣେ ପରିବା ବ୍ୟବସାୟୀ ହୋଇ ଥିବା ବେଳେ ଝିଅଟିର ଏହି କୃତିତ୍ବ ଜିଲ୍ଲାପାଇଁ ଗୌରବ ଆଣି ଦେଇଛି। ଜିଲ୍ଲାପାଳ ଇତିଶ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ରାଜ୍ୟ ଓ ଦେଶ ପାଇଁ ଅଧିକରୁ ଅଧିକା ଗୌରବ ଆଣିବା କଥା କହି ଉତ୍ସାହିତ କରିଥିଲେ।
ଉକ୍ତ ସହାୟତା ରାଶୀ ପ୍ରଦାନରେ ଏଚ୍.ଡି.ଏଫ୍.ସି ବ୍ୟାଙ୍କ ଏବଂ ଆଇ.ସି. ଆଇ.ସି.ଆଇ ବ୍ୟାଙ୍କ , ପାରଳାଖେମୁଣ୍ଡି ଶାଖା ସହଯୋଗ କରିଥିଲେ। ତତ୍ ସହିତ ମୋହନା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବେଚ୍ଛାକୃତ ଭାବେ ନିରୀହ ଏବଂ ଗରିବ ଭିନ୍ନକ୍ଷମ ଲୋକଙ୍କ ସେବକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ମଧ୍ୟ ମାନପତ୍ର ଓ ସ୍ମୃତିଫଳକ ଦେଇ ସମ୍ମାନିତ କରିଛନ୍ତି। ଶ୍ରୀଯୁକ୍ତ ନାୟକଙ୍କ ମହାନତା ଯେ ସେ ଡାକ୍ତରଖାନାରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିର ଚିକିତ୍ସା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା ଯାହା ଆବଶ୍ୟକ ହୁଏ ସେ ସବୁ ଯୋଗାଇ ବ୍ୟକ୍ତି ଜଣକୁ ନୂତନ ଜୀବନ ଦେବାରେ ସହାୟକ ହୁଅନ୍ତି ।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ , ପାରଳାଖେମୁଣ୍ଡି ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଏଚ୍.ଡି.ଏଫ୍.ସି ବ୍ୟାଙ୍କ , ପାରଳାଖେମୁଣ୍ଡି ଶାଖାର ପରିଚାଳକ ଶ୍ରୀ ସୁବ୍ରତ ଚୌଧୁରୀ , ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ , ପାରଳାଖେମୁଣ୍ଡି ଶାଖାର ପରିଚାଳକ ଶ୍ରୀ ଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post