ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇ ପ୍ରମୁଖ ପବିତ୍ର ନଦୀ ଵଂଶଧାରା ଓ ମହେନ୍ଦ୍ରତନୟାର ଜଳ ଏବଂ ମହାତ୍ମା ଗାନ୍ଧୀଙ୍କ ଆଗମନ ସ୍ଥଳର ଏବଂ ସ୍ଵାଧୀନତା ସଂଗ୍ରାମର ଶହୀଦ ମାନଙ୍କ ଜନ୍ମ ପୀଠରୁ ପବିତ୍ର ମାଟି ସଂଗ୍ରହ ହୋଇ ଭୁବନେଶ୍ୱର ଲୋକ ସେବା ଭବନକୁ ପଠାଯାଇଛି।
ଉକ୍ତ ପବିତ୍ର ସ୍ଥାନରେ ପୂଜାର୍ଚ୍ଚନା ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରତିମୂର୍ତ୍ତି ଠାରୁ ପବିତ୍ର ମାଟି ସଂଗ୍ରହ କରାଯାଇଅଛି। ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ଲୋକ ସେବା ଭବନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଏହି ଦିନକୁ ସ୍ଵତନ୍ତ୍ର ସ୍ମରଣୀୟ କରିବା ନିମନ୍ତେ ଲୋକ ସେବା ପ୍ରାଙ୍ଗଣ ଠାରେ ଚାରା ରୋପଣ କରିବା କାର୍ଯ୍ୟକ୍ରମ ରହିଛି।
ସେଠାରେ ଗଜପତି ଜିଲ୍ଲା ସମେତ ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରୁ ଆସିଥିବା ଜଳ ଏବଂ ମାଟିକୁ ସଂଗୃହିତ କରି ଗୋଟିଏ ସ୍ଥାନରେ ଚାରା ରୋପଣ କରାଯିବ।
ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା , ପୌରପରିଷଦ ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଉପାଧ୍ୟକ୍ଷ ଲେଙ୍କା ମଧୁ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସହରର ବରିଷ୍ଠ ନାଗରରିକ ବିଚିତ୍ରାନନ୍ଦ ବେବର୍ତ୍ତା , ବିନୋଦ ଜେନା , କ୍ୟାପଟେନ ମଲିକା ଅର୍ଜୁନ ପଟ୍ଟନାୟକ , ପ୍ରମୋଦ ଚନ୍ଦ୍ର ପାଢ଼ୀ , ଭଗବତ ପାଢ଼ୀଙ୍କ ସମେତ ପୌରପରିଷଦ ସମସ୍ତ କାଉନସିଲର , ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସମସ୍ତ ସାମ୍ବାଦିକ ପ୍ରତିନିଧି ପ୍ରମୁଖ ଉପସ୍ଥିତିରେ ପବିତ୍ର ମାଠି ଓ ଜଳ ସଂଗ୍ରହ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.