ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ,ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଓଡ଼ିଶା ରେଳପଥ ନିର୍ମାଣରେ ପାରଳା’ର ଅବଦାନ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
Odisha the railway Story ର ଲେଖକ ତଥା ଅନୁଗୁଳ – ସୁକିନ୍ଦା ରେଳ ପ୍ରବନ୍ଧକ ଶ୍ରୀ ଦିଲୀପ କୁମାର ସାମନ୍ତରୟ (IRAS) ସ୍ବତନ୍ତ୍ର ଅତିଥି , ଡ.ଶଙ୍କର ପ୍ରସାଦ ବକ୍ସି ମୁଖ୍ୟ ଅତିଥି , ସରୋଜ କୁମାର ପଣ୍ଡା ମୁଖ୍ୟ ବକ୍ତା , ମୂରଲୀଧର ପରିଛା ସମ୍ମାନିତ ଅତିଥି ଏବଂ ଯୁବ ଗବେଷକ ବିଷ୍ଣୁ ମୋହନ ଅଧିକାରୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ପ୍ରାରମ୍ଭରେ ଆଚାର୍ଯ୍ୟା ଶିବାନୀ ରଥ ସ୍ଵାଗତ ସମ୍ଭାଷଣ ଦେଇଥିଲା ବେଳେ ଦେବୀପ୍ରସାଦ ପଟ୍ଟନାୟକ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଆଚର୍ଯ୍ୟ ଗୋପାଳକୃଷ୍ଣ ପଣ୍ଡିତ ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶା ରେଳ ଇତିହାସର ବିକାଶ ଏବଂ ରେଳ ନିର୍ମାଣ କାର୍ଯ୍ୟରେ ପାରଳା ମହାରାଜା ଏବଂ ତାଙ୍କ ପିତାଙ୍କ ଅବଦାନ ଆଲୋଚନା ହୋଇଥିଲା।
ଏହି ଆଲୋଚନାରେ ସ୍ବତନ୍ତ୍ର ଅତିଥି ଶ୍ରୀଯୁକ୍ତ ସାମନ୍ତରାୟ ଓଡ଼ିଶା ରେଳପଥର ବିକାଶ ମୁଖୀ କାର୍ଯ୍ୟର ପ୍ରାଞ୍ଜଳ ବିବରଣୀ ପ୍ରଦାନ କରିଥିଲେ। ଏହି ଶୁଭ ଅବସରରେ ବିଶ୍ନୁମୋହନ ଅଧିକାରୀ , ଓ ଦିଲୀପ କୁମାର ସାମନ୍ତରାୟଙ୍କୁ ବହି ଲେଖାପାଇଁ ଭବ୍ୟ ସମ୍ବର୍ଥନା ପ୍ରଦାନ କରାଯାଇଥିଲା। ଶେଷରେ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.