ଅନ୍ତିମ ଦିବସରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଳାରେ ଅହିଂସା ରଥ ୩ ଦିନ ଧରି ପରିକ୍ରମା କରି ଆଜି ଅନ୍ତିମ ଦିବସରେ ରଘୁନାଥ ପୁର ବ୍ଲକର ଗୁଆଳି ପୁର, ଅଢେଇ କୁଳ, ରେଢ଼ୁଆ ହାଟ ରଘୁନାଥ ପୁର ବଜାର ବିଜୁପଟ୍ଟନାୟକ ଛକ, ବରାଗୋଳ, ତରିକୁନ୍ଦ, ବିରିଡି ବ୍ଲକ ବାଗଲ ପୁର ପରିଭ୍ରମଣ କରି ପଂଚାୟତୀରାଜ ହାଇ ସ୍କୁଲରେ ସମାପ୍ତ ହୋଇଯାଇଛି ! ଅହିଂସା ରଥ ୨ ଅଲଣାହାଟ ହାଇ ସ୍କୁଲରୁ ବାହାରି କାଟୁଣୀଆ ହାଟ, ଜାମୁଗାଁ, ନାଉଗାଁ ହାଇ ସ୍କୁଲ ଦେଇ ଜଗତସିଂହପୁର ବ୍ଲକ ର ମହାକାଳେଶ୍ଵର ଛକ, ପଲ୍ଲୀ, କାଦୁଅପଡା ଦେଇ ଜଗତସିଂହପୁର ପୌରପାରିଷଦର ଯୋଗଧାରୀ ଠାରେ ସ୍ୱାଗତ ପ୍ରଦାନ କରିଥିଲେ ! ବିଜୁପଟ୍ଟନାୟକ, ଖେରସ, ଚାଟରା ଅଳକାଶ୍ରମ, ଜୟବଡ଼ ସ୍ୱାଧୀନତା ସଂଗ୍ରାମୀ ଭବନ ଶ୍ରୀକୃଷ୍ଣ ଏକାଡେମୀଠାରୁ ଏକ ବିଶାଳ ଶୋଭାଯାତ୍ରାରେ କଲେକ୍ଟର ପଡିଆଠାରେ ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସ୍ୱାଧୀନତା ସଂଗ୍ରାମୀ ଯୋଗେନ୍ଦ୍ର ମହାରଣା, ଭାଗିରଥି ସ୍ୱାଇଁଙ୍କୁ ସମ୍ବୋଧିତ କରିଥିଲେ l  ଉଦଯାପନୀ ଉତ୍ସବରେ ଘଣ୍ଟ ନୃତ୍ୟ, ସଂକୀର୍ତନ, ଘୋଡାନାଚ, କାଠିଲଉଡ଼ି, ପାଲା, ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା l ଏହି ଉତ୍ସବରେ ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ମନୋଜ କୁମାର ଭୋଇ, ପୌରାଧ୍ୟକ୍ଷା ଅର୍ଚନା ସିଂ, ସମିତି ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ,ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଦଳ, ଆଶାକର୍ମୀ, ସାଂସ୍କୃତିକ ଦଳ, ସରପଞ୍ଚ, କାଉନସିଲର, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ସମସ୍ତେ ଅଂଶଗ୍ରହଣ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l

Leave A Reply

Your email address will not be published.