ଓଡ଼ିଶା ନାଟ୍ୟ ସଂଘ ଦିବସ ରେ “ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକ ର ସ୍ଥିତି ” ଆଲୋଚନାଚକ୍ର ଆୟୋଜିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗ ବା ଡିଜିଟାଲ ଯୁଗରେ ମଞ୍ଚ ନାଟକର ସ୍ଥିତି ବିଷୟକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ସଂଘର ଗଜପତି ଜିଲ୍ଲା ସଂଯୋଜକ ମନୋଜ ପାଢ଼ୀ (ମୁନା) ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଆଲୋଚକ ଭାବେ ପ୍ରାଧ୍ୟାପକ ତଥା ମଞ୍ଚ କଳାକାର ଅଶୋକ ମିଶ୍ର ଥିବା ବେଳେ ଅନ୍ୟତମ ଅତିଥି ଭାବେ କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଯୁବ ମଞ୍ଚ କଳାକାର ଆଦର୍ଶ ଦାସ ମଞ୍ଚରେ ଉପସ୍ଥିତ ରହି ଆଲୋଚନା ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ।
ବିଶେଷ କରି ଡିଜିଟାଲ ଯୁଗକୁ ତାଳ ଦେଇ ନାଟକର ରୂପାନ୍ତରିତ ହୋଇ ଭିନ୍ନ ସ୍ଵାଦରେ ବିଭିନ୍ନ ପ୍ରକାରର ପରିବେଷଣ ହୋଇପାରିଛି କିନ୍ତୁ ଯୁବ ଦର୍ଶକଙ୍କୁ ଆକୃଷ୍ଟ କିପରି ହୋଇପାରିବ , ଡିଜିଟାଲର ଦୁନିଆରେ ନାଟକ ଅଧିକ କିପରି ପ୍ରବେଶ କରିପାରିବ, ପାରଳାଖେମୁଣ୍ଡିରେ ନାଟକର ଅଭାବ ନାହିଁ କି କଳାକାରଙ୍କ ଅଭାବ ନାହିଁ କି ଦର୍ଶକଙ୍କ ଅଭାବ ନାହିଁ , କିନ୍ତୁ ପୃଷ୍ଟପୋଷକତାର ଅଭାବ ସୃଷ୍ଟି ହୋଇଛି। ଯେଉଁଥି ପାଇଁ କ୍ରମାଗତ ଭାବରେ ନାଟକ ପରିବେଷଣ ହେବାରେ ସମସ୍ୟା ଉପୁଜିଛି। ଏହିପରି ଭାବରେ ନାଟକ କ୍ଷେତ୍ରର ସଫଳତା ଓ ସମସ୍ୟାକୁ ନେଇ ମଞ୍ଚରେ ଥିବା ଅତିଥି ଓ ଉପସ୍ଥିତ ଥିବା ନାଟ୍ୟପ୍ରେମି ମଧ୍ୟରେ ଏକ ଦୀର୍ଘ ସମୟ ନାଟ୍ୟ ଚର୍ଚ୍ଚା ହେଇଥିଲା।ପରେ ଶିଶୁ କଳାକାର ମାନେ ନିଜର ଅଭିନୟ ପ୍ରଦର୍ଶନ କରିବା ସହ ପୁରସ୍କାର ବିତରଣ ହୋଇଥିଲା।

Leave A Reply

Your email address will not be published.