ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ “ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ।

0

ପଦ୍ମପୁର: ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଳକ୍ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ “ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀ ଚରଣ ଦୁବେଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ ପ୍ରକୃତି ବଂଧୁ ମୀନକେତନ ସାହୁ ଯୋଗ ଦେଇ ବୃକ୍ଷର ଉପକାରିତା, ଆମେ କାହିଁକି ଓ କିପରି ଗଛ ଲଗାଇବା, ବିଭିନ୍ନ ସମାରୋହ ଅବସରରେ ଗଛ ଲଗାଇବାର ଆବଶ୍ୟକତା ବିଷୟରେ ବିଶଦ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ପ୍ରାରମ୍ଭିକ ବକ୍ତବ୍ଯ ରଖିଥିଲେ। ବିଜ୍ଞାନ ଶିକ୍ଷକ ମାନସ ରଞ୍ଜନ ଶତପଥୀ ଓ ଶିକ୍ଷଯିତ୍ରୀ ଜ୍ଯୋସ୍ନାରାଣୀ ସାହୁ ବୃକ୍ଷର ଉପକାରିତା ସଂପର୍କରେ  ଆଲୋଚନା କରିଥିଲେ। ପରିଶେଷରେ ଛାତ୍ରୀ ମାନଙ୍କୁ ଅଁଳା ଚାରା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷଯିତ୍ରି ମିନତୀ ଦାଶ, ଜୀବନାନନ୍ଦ ସାହୁ, ରବିନା ପଧାନ, ସଂଯୁକ୍ତା ଭୋଇ, ସୁରେଶ ଚନ୍ଦ୍ର ଚୌହାନ, ଜୌତିରେଖା ମହାନନ୍ଦ, ସୁରମା ଦାଶ, କର୍ମଚାରୀ ଦୁଷ୍ମନ୍ତ ସାହୁ, ନନ୍ଦିନୀ ବାଗ ଓ କମଳା କୁମ୍ଭାର ପ୍ରମୁଖ ଅଂଶଗ୍ରହଣ କରି  ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.