(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) ବିଳମ୍ବିତ ରାତ୍ରିରେ ମେଘା ପ୍ରୋଜେଟ ପାଣି ପାଇପଚୋରି ଘଟଣାରେ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର୍ ଫାଣ୍ଡି ନାହଂଗ ପଞ୍ଚାୟତରୁ । ମେଘା ପ୍ରୋଜେଟ ପାଇପ ଚିତ୍ତରଂଜନ ଶତପଥୀଙ୍କ ତତ୍ୱାବଧାନରେ ଥିବାବେଳେ ପାଇକ ଗୁଡିକ ଚୋରି ହୋଇଥିଲା। ଏ ନେଇ ଚିତ୍ତରଂଜନ ଶତପଥୀ ଭଦ୍ରେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ କୁ ଭିତ୍ତିକରି ଭଦ୍ରେଶ୍ୱର୍ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ କୁ ଭିତ୍ତି କରି ଭଡ୍ରେଶ୍ୱର୍ ଫାଣ୍ଡି ଅଧିକାରୀ ସ୍ତାନୀୟ ଅଞ୍ଚଳର ସିସିଟିଭି କ୍ୟାମେରା କୁ ଯାଞ୍ଚ କରିଥିଲେ। ଯାଞ୍ଚ ରୁ ଜଣା ପଡ଼ିଲା OD057229 ଏକ ପିକପ୍ ଭ୍ୟାନ ଯୋଗେ ପାଇପ ଗୁଡିକ ଚୋରି ହୋଇଅଛି। ଗାଡି ମାଲିକ ଙ୍କ ଘରେ ପୋଲିସ ପହଞ୍ଚି ଚୋରି ହୋଇଥିବା ପିକଅପ କୁ ଜବତ କରିବା ସହ ପାଇପ ସାଲେପୁରଥାନା ବାଲିଆ ନିକଟରୁ ଜବତ କରିଛି। ଘଟଣା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ନିଶ୍ଚିନ୍ତକୋଇଲି ସ୍ଥିତ ରାମକୃଷ୍ଣପୁର ର ଅନିଲ କୁମାର ବିଶ୍ଵାଳ, ଜଗବନ୍ଧୁ ବିଶ୍ଵାଳ ଓ ଝଡେଶ୍ୱରପୁର୍ ଗ୍ରାମ ର ପ୍ରମୋଦ କୁମାର ବାରିକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।
Sign in
Sign in
Recover your password.
A password will be e-mailed to you.