(ରେଢାଖୋଲ/ ଶ୍ରୀୟାସ୍ମିତା ସାମଲ ): ଆସନ୍ତା ୨୮ ତାରିଖ ଦିନ ରେଢାଖୋଲ ଠାରେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ(ଓୟୁଜେ) ସମ୍ବଲପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରେଢାଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଓୟୁଜେ ରେଢାଖୋଲ ଶାଖାର ସଭାପତି ଶରତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶଙ୍କର ପୃଷ୍ଟି, ପୂର୍ବତନ ସଭାପତି ରମାକାନ୍ତ ମହାନନ୍ଦ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଅନିଲ କୁମାର ପୃଷ୍ଟି, ସରୋଜ କୁମାର ସାହୁ, ଅରୁଣ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକ ମାନେ ଯୋଗ ଦେଇ କିପରି ସୁଚାରୁରୂପେ ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ଏହା ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ଆଲୋଚନା କରିଥିଲେ। ଏହି ବୈଠକରେ ସମ୍ବଲପୁର ଜିଲ୍ଲାର ସମସ୍ତ ଓୟୁଜେ ସଭ୍ୟ ଯୋଗଦେବେ। ଶେଷରେ ଓୟୁଜେ ଜିଲ୍ଲା ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.