ରେଢ଼ାଖୋଲ ରେ ଜିଲ୍ଲାପାଳ ଓ ଏସ୍ ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

0

(ରେଢାଖୋଲ/ଶ୍ରୀୟାସ୍ମିତା ସାମଲ):  ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ ପି ଙ୍କ ଏକ ଯୁଗ୍ମ ଅଭିଯୋଗ ଶୁଣାଣୀ ରେଢାଖୋଲ ବ୍ଲକ୍ ପରିସର ସଭାଗ୍ରୁହରେ ଅନୁଷ୍ଠିତ ହେଇଯାଇଛି। ରେଢ଼ାଖୋଲ ବିଡ଼ିଓ ବିଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ , ଏସ୍ ପି ବାତୁଲା ଗଙ୍ଗାଧର ଯୋଗ ଦେଇ ୩୫ ବ୍ୟକ୍ତିଗତ ୨୦ ଗୋଷ୍ଠିଗତ ଅଭିଯୋଗ ହୋଇଥିଲା। ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ରାସ୍ତା ଆଦି ମୁଖ୍ୟ ପ୍ରସଙ୍ଗ ଉପରେ ଅଭିଯୋଗ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଏହି ଅଭିଯୋଗ ଶୁଣାଣୀରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବଳ, ଡିଏଫ୍ଓ ରମାକାନ୍ତ ନାଏକ, ଏନ୍ ଏ ସି ଅଧ୍ୟକ୍ଷ ଶିବରାମ ସାହୁ, ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଉପାଧ୍ୟକ୍ଷ ଚିନ୍ମୟୀ ତ୍ରିପାଠୀ, ତହସିଲ୍ଦାର୍ ଦେବାଶିଷ୍ ପାତ୍ର, ଅତିରିକ୍ତ ତହସିଲ୍ଦାର୍ ଅମୂଲ୍ୟ କୁମାର ବାଘ, ଜିପିଓ ପଂଚାନନ ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.