ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

0

(ରେଢାଖୋଲ/ ଶ୍ରୀୟାସ୍ମିତା ସାମଲ ):ରେଢ଼ାଖୋଲ ସହର ସମେତ ଉପଖଣ୍ଡର ପୁରପଲ୍ଲୀରେ ଅନୁଷ୍ଠିତ ଦୁର୍ଗାପୂଜା ପାଇଁ ରେଢାଖୋଲ ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ପୁଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡର ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୂଜା ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ସରକାରଙ୍କ ନୀତି ନିୟମ ଅନୁଯାୟୀ ପୂଜା ପାଳନ କରାଯିବା, ସାଉଣ୍ଡ, ଲାଇଟ ଓ ବିଦ୍ୟୁତ୍ ବ୍ୟବହାର ପାଇଁ ଅନୁମତି ନେବା ସହ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଭସାଣି ସମୟରେ ଡିଜେ ସାଉଣ୍ଡ ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବାରାମ ସାହୁ, କିସିଣ୍ଡାର ବିପିନ ବିହାରୀ ପ୍ରଧାନ, କ୍ଷେତ୍ରମୋହନ ବାଗ, ନାକଟିଦେଉଳ ପୂଜା କମିଟିର ଗୋପବନ୍ଧୁ ସାହୁ, କାଳିନ୍ଦି ଚରଣ ବେହେରା, ଚାରମାଳ ପୂଜା କମିଟିର ଉଦିତ ତ୍ରିପାଠୀ, ଅଜିତ ଦେଓ, ଜଗନ୍ନାଥ ଦାସ,ଜାମଜୁରୀ ପୂଜା କମିଟିର ସାଗର କୁମାର ସାହୁ, ଶିମିଳିପାଳ ପୂଜା କମିଟିର ବିକାଶ ପ୍ରଧାନ, କୁଞ୍ଜାମୁରା କମିଟିର ଯୋଗେନ୍ଦ୍ର ବେହେରା, ବାଟଗାଁ କମିଟିର ରାମନାଥ ସାହୁ,ତ୍ରିବଣପୁର କମିଟିର ସୁବ୍ରତ କୁମାର ସାହୁ, ଚନ୍ଦ୍ରପୁର କମିଟିର ସଞ୍ଜୟ ବିଶି ଓ ବଡବାହାଳ କମିଟିର ସତ୍ୟନାରାୟଣ ସାହୁଙ୍କ ସହ ରେଢ଼ାଖୋଲ ଥାନାଧିରୀ ସୁରୁବାବୁ ଛତ୍ରିଆ,ଚାରମାଳ ଥାନାଧିକାରୀ ବସନ୍ତ କୁମାର ଦଳାଇ, ନାକଟିଦେଉଳ ଥାନାଧିକାରୀ ବିଭୁତି ଭୂଷଣ ଦଳାଇ, କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.