ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲାସ୍ତରୀୟ ଏକଦିବସୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାଏକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ନାଟକ ଦଳ ଅଂଶଗ୍ରହଣ କରିଥିଲେ।
ଶ୍ରେଷ୍ଠ ନାଟକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ , ଖରଡ଼ାସିଂ , ଦ୍ୱିତୀୟ ଶ୍ରେଷ୍ଠ ନାଟକ ଭାବେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଓ ତୃତୀୟ ଶ୍ରେଷ୍ଠ ନାଟକ ଭାବେ ୟୁ . ଜି.ହାଇସ୍କୁଲର ,କେ.ଏମ୍.ଭାଲିଆ ସାହି ହୋଇଥିଲେ।
ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପ୍ରହଲ୍ଲାଦ ସିଆଲ , ଶ୍ରେଷ୍ଠ ନାଟ୍ୟକାର ଭାବେ ମୁନିସିଙ୍ଗ ୟୁ. ଜି.ହାଇସ୍କୁଲର ଶ୍ୟାମସୁନ୍ଦର ଗନ୍ତାୟତ, ଶ୍ରେଷ୍ଠ ଅଭିନେତା ଏମ୍. ଏମ୍.ହାଇସ୍କୁଲର ପୁପୁନ ମହାରଣା , ଶ୍ରେଷ୍ଠ ଅଭିନେତ୍ରୀ ରେବତୀ ଦେବୀ ଭାବେ ବିବେଚିତ ହୋଇଥିଲେ।
ଯୁବ ନାଟ୍ୟ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ବିଚାରକ ଭାବେ ଉପସ୍ଥିତ ଥିଲେ। ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରିଥିଲେ।
ଶ୍ରେଷ୍ଠ ବିଜ୍ଞାନ ନାଟକ ଦଳ ସରକାରୀ ହାଇସ୍କୁଲ ଖରଡାସିଂ ଯୋଗ୍ୟ ବିବେଚିତ ହୋଇ ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ୧୯୨ ଜଣ ଛାତ୍ରଛାତ୍ରୀ କଳାକାର ରୂପେ ଯୋଗଦାନ କରିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ପରିଚାଳନା କରିଥିବା ବେଳେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୱାଇ. ଧର୍ମା ରାଓ ଓ ମହାରାଜାଙ୍କ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସୁଲତା ଶୁଭଦର୍ଶିନୀ , ଶ୍ରୀରାମ ମୁର୍ତ୍ତି , ଜାସ୍ମିନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post