(ନିଶ୍ଚିତକୋଇଲି -ଦେବେଦ୍ର ଷଡ଼ଙ୍ଗୀ)lଯିଏ କାଲି ନିଜର କ୍ୟାମେରା ମାଧ୍ୟମରେ ସମସ୍ତଙ୍କ ସୁଖ, ଦୁଃଖ, ଘଟଣା, ଦୁର୍ଘଟଣା କୁ ଟିଭି ଚାନେଲ ମାଧ୍ୟମରେ ପ୍ରକାଶ କରୁଥିଲେ ସିଏ ଆଜି ନାହାଁନ୍ତି l ସରଳ, ନିଷ୍କପଟ, ମିଷ୍ଟଭାସୀ, ମେଳାପୀ, ଭଦ୍ର ସ୍ନେହୀ ମଣିଷ ଟେ ସମସ୍ତଙ୍କୁ ଛାଡି ଚାଲିଯାଇଛି ଆର ପାରିକୁ l ସିଏ ହେଉଛନ୍ତି ସମସ୍ତଙ୍କର ପ୍ରିୟ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମ ପଂଚାୟତ ର ମନମୋହନ ମହାନ୍ତି (ଟିକନ ଭାଇ)54 ବର୍ଷ l ସେ ଏକାଧାରରେ ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ନାଜିମନ୍ତ, ନିଶ୍ଚିନ୍ତକୋଇଲି ସେଣ୍ଟ ଜାଭିୟର ବିଦ୍ୟାଳୟର ଜଣେ ଉଚ୍ଚକୋଟୀର ଶିକ୍ଷକ,ସାମ୍ବାଦିକ, ମିଡ଼ିଆ ବ୍ରଦର୍ଶ ସାମ୍ବାଦିକ ସଂଘର ଜଣେ ସକ୍ରିୟ ବରିଷ୍ଟ ସଭ୍ୟ, ସମାଜସେବୀ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ l ଟିକନ ସାର ଙ୍କ ଛାତିରେ ଯନ୍ତ୍ରଣା ହେତୁ 24 ତାତିଖ ଦିବା ସମୟରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ସେହିଦିନ ବିଳମ୍ବିତ ରାତ୍ର ରେ ହସ୍ପିଟାଲରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ଘଟିଛି l ଫଳରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ବ୍ଲକ ସମେତ ଜିଗ୍ନୀପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି l ତେବେ ମହାନ୍ତି ସାର ଚାଲିଯାଇଛନ୍ତି ସତ ତାଙ୍କର ଅଲିଭା ସ୍ମୃତି କୁ ଛାଡି ଯାଇଛନ୍ତି ଜିଗ୍ନୀପୁର ପଞ୍ଚାୟତ ରେ l ଯାହାର ଶୂନ୍ୟସ୍ଥାନ ପୂରଣ କରିବା ଅସମ୍ଭବ l ସ୍ବର୍ଗତ ମହାନ୍ତି ଜିଗ୍ନୀପୁର ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଯେକୌଣସି କାର୍ଯ୍ୟ ହେଉ ସବୁ କାର୍ଯ୍ୟରେ ଆଗରେ ରହି କାର୍ଯ୍ୟକ୍ରମ ପରିଚାଳନା ରେ ମୁଖ୍ୟ ଦାୟିତ୍ୱ ଲିଭାଇଥାନ୍ତି l ଆବାଳ ବୃଦ୍ଧ ବନିତା ଠାରୁ ଆରମ୍ଭ କରି ଅଞ୍ଚଳର ମାଟି ଗୋଡି ମଧ୍ୟ ଗାଉଛି ସ୍ବର୍ଗତ ମହାନ୍ତି ସାର ଙ୍କ ଗାଥା l ତେବେ ସ୍ବର୍ଗତ ମହାନ୍ତି ଙ୍କ ମର ଶରୀରକୁ ଏକ ବିରାଟ ସୋଭାଯାତ୍ରା ରେ ଭୁବନେଶ୍ୱର ରୁ ଜିଗ୍ନୀପୁର କୁ ଅଣାଯାଇ ଗ୍ରାମ୍ୟ ସ୍ମଶାନ ରେ ଶୋକାକୁଳ ପରିବେଶରେ ଦାହ କରାଯାଇଛି l ଏକମାତ୍ର ପୁତ୍ର ବ୍ରହ୍ମାଆଶିଷ ମହାନ୍ତି ମୁଖାଗ୍ନି ଦେଇଥିଲା ବେଳେ ତାଙ୍କର ବନ୍ଧୁ ପରିବାର ବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ l ଏଭଳି ଦୁଃଖଦ ପରିସ୍ଥିତି ରେ ତାଙ୍କ ପରିବାର ଙ୍କ ନିକଟରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ଯୁବ ସମାଜସେବୀ ଜ୍ଞାନରଞ୍ଜନ ରାଉତ, ଜିଗ୍ନୀପୁର ସରପଞ୍ଚ ତିଳୋତମା ରାଉତ , ସମାଜସେବୀ ଜ୍ୟୋତିରଞ୍ଜନ ସ୍ୱାଇଁ, ମିଡ଼ିଆ ବ୍ରଦର୍ସ ର ଅଧକ୍ଷ ତଥା ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ଜାଭିୟର ବିଦ୍ୟାଳୟ ଅଧକ୍ଷ ସ୍ମୃତିରଞ୍ଜନ ରାଉତରାୟ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରମୋଦ ସ୍ୱାଇଁ, ନତକାଇ ସରପଞ୍ଚ ଜୟଦେବ ରାଉତ, ବିଜୁ ଛାତ୍ର ସଭାପତି ସୁଶାନ୍ତ ନାୟକ ପହଂଚି ଗଭୀର ଶୋକବ୍ୟକ୍ତ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ ଏବଂ ଅମର ଆତ୍ମାର ସଦାଗତି କାମନା ପାଇଁ ପ୍ରାର୍ଥନା କରିଥିଲେ l ମହାନ୍ତି ସାର ଙ୍କ ଶେଷ ମର ଶରୀରକୁ ଦର୍ଶନ କରିବା ପାଇଁ ବହୁ ଗ୍ରାମପଂଚାୟତ ର ସରପଞ୍ଚ ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କ ସମେତ ଗ୍ରାମବାସୀ ମାନଙ୍କ ସମାଗମ ହୋଇଥିଲା l ସେହିପରି ଭାବେ ମିଡ଼ିଆ ବ୍ରଦର୍ସ ର ସମସ୍ତ ସାମ୍ବାଦିକ ଭାଇମାନେ ମହାନ୍ତି ସାର ଙ୍କ ମୃତ୍ୟୁ ରେ ଗଭୀର ଶୋକବ୍ୟକ୍ତ ପ୍ରକାଶ କରିବା ସହ ଏହିଭଳି ଦୁଃଖଦ ସମୟରେ ମହାପ୍ରଭୁ ସ୍ବର୍ଗତ ମହାନ୍ତି ସାରଙ୍କ ପରିବାର ଙ୍କୁ ଧର୍ଯ୍ୟ ଦିଅନ୍ତୁ ବୋଲି କାମନା କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post