ପରିବାରଙ୍କ ନିକଟରେ ପହଂଚି ଶୋକପ୍ରକାଶ କଲେ ବିଜେପି ନେତା ଶାରଦା ପ୍ରଧାନ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ନରେନ୍ଦ୍ରପୁର ଗ୍ରାମପ ।ୟତ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ଦିଲ୍ଲୀପ ରାୟଙ୍କ ମୃତ୍ୟୁବରଣ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ଆଜି ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଶାରଦା ପ୍ରଧାନ ସ୍ୱର୍ଗତ ଦିଲ୍ଲୀପ ରାୟଙ୍କ ବାସଭବନରେ ପହଂଚି ଗଭୀର ଶୋକବ୍ୟକ୍ତ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ସ୍ୱର୍ଗତ ରାୟଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶ୍ରୀ ପ୍ରଧାନଙ୍କ ସହ ବହୁ ବିଜେପି କର୍ମୀମାନେ ଉପସ୍ଥିତ ହୋଇ ଗଭୀର ଶୋକବ୍ୟକ୍ତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.